ସରକାର ଦେବେ ବାକି ଥିବା ସୁଭଦ୍ରା ଟଙ୍କା

ସରକାର ଦେବେ ବାକି ଥିବା ସୁଭଦ୍ରା ଟଙ୍କା

Share with people

ଆବେଦନ ସମୟରେ ଯଦି କୌଣସି ଭୁଲ ରହି ଯାଇଛି ତାହେଲେ ଟେନସନରେ ରୁହନ୍ତୁ ନାହିଁ। ବ୍ୟାଙ୍କରେ ଆଧାର ଲିଙ୍କ କିମ୍ବା ଅନ୍ୟ କୌଣସି ତ୍ରୁଟି ଥିଲେ ସରକାର କରିବେ ସଜାଗ। ହିତାଧିକାରୀଙ୍କୁ ଫୋନ ମାଧ୍ୟମରେ ସଂଶୋଧନ ପାଇଁ ଆସିବ ଫୋନ କଲ। ମହିଳାଙ୍କ ପାଖକୁ ଯାଇ ମଧ୍ୟ ହିତାଧିକାରୀଙ୍କ ତ୍ରୁଟି ସଜାଡ଼ିବେ ସରକାର I

ମହିଳାଙ୍କ ସମସ୍ୟାର ଦୂର କରିବେ ସରକାର !

ସୁଭଦ୍ରା ଯୋଜନାରେ ଆବେଦନ କରିବା ପରେ ମଧ୍ୟ ଆକାଉଣ୍ଟ ଆସି ନାହିଁ କି ଟଙ୍କା ? ବ୍ୟାଙ୍କରେ ଇ-କେୱାଇସି ଓ ଡିବିଟି କରିବା ପରେ ମଧ୍ୟ ଆସୁ ନାହିଁ କି ଟଙ୍କା ? ତାହାଲେ ଚିନ୍ତା କରନ୍ତୁ ନାହିଁ ? ଆପଣଙ୍କ ପାଖକୁ ଆସିବ ଫୋନ କଲ। ସଙ୍ଗେ ସଙ୍ଗେ ହେବ ଏହାର ସମାଧାନ। ହଁ ଦର୍ଶକ ବନ୍ଧୁ ଯଦି ଉପଯୁକ୍ତ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ଟଙ୍କା ପାଇଁ ନାହାନ୍ତି ତାହେଲେ ଆଉ ଚିନ୍ତାରେ ରୁହନ୍ତୁ ନାହିଁ । ସରକାର କରିଦେବେ ସବୁ ସମସ୍ୟାର ସମାଧାନ। ଟଙ୍କା ପାଇ ନଥିଲେ ମିଳିବ ଟଙ୍କା । ଆବେଦନ ସମୟରେ ଯଦି କୌଣସି ଭୁଲ ରହି ଯାଇଛି ତାହେଲେ ଟେନସନରେ ରୁହନ୍ତୁ ନାହିଁ। ବ୍ୟାଙ୍କରେ ଆଧାର ଲିଙ୍କ କିମ୍ବା ଅନ୍ୟ କୌଣସି ତ୍ରୁଟି ଥିଲେ ସରକାର କରିବେ ସଜାଗ। ହିତାଧିକାରୀଙ୍କୁ ଫୋନ ମାଧ୍ୟମରେ ସଂଶୋଧନ ପାଇଁ ଆସିବ ଫୋନ କଲ। ମହିଳାଙ୍କ ପାଖକୁ ଯାଇ ମଧ୍ୟ ହିତାଧିକାରୀଙ୍କ ତ୍ରୁଟି ସଜାଡ଼ିବେ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସହାୟତା ଟଙ୍କା ଯେତେ ପର୍ଯ୍ୟନ୍ତ ଶେଷ ହିତାଧିକାରୀଙ୍କ ନିକଟରେ ପହଞ୍ଚିନି ସୁଭଦ୍ରା ଟଙ୍କା ଦିଆଯିବ। ବ୍ଲକ ସ୍ତରରେ ଯାଞ୍ଚ ହୋଇ ଅଙ୍ଗନବାଡି କର୍ମୀ ଘରକୁ ଘର ଯିବେ ଏବଂ ଏହାର ତଦନ୍ତ କରିବେ। ସାଧାରଣତଃ ଗାଁ ଗହଳିର ମହିଳା ମାନେ ସୁଭଦ୍ରା ଆବେଦନ ବେଳେ କିଛିଟା ତ୍ରୁଟି କରୁଥିବା ସୂଚନା ରହିଛି। ତେଣୁ ମୁଖ୍ୟତଃ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ, ମୋବାଇଲ ନମ୍ବର ଏବଂ ଆଧାର ଲିଙ୍କ , ବ୍ୟାଙ୍କ ସିଡିଂ, ଫର୍ମ ପୂରଣ ବେଳେ ଭୁଲ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏବେ ଫୋନ ମାଧ୍ୟମରେ ତ୍ରୁଟି କହି ଠିକ କରାଇବା ଦ୍ବାରା ହିତାଧିକାରୀ ଆଉ ଯୋଜନାରୁ ବଞ୍ଚିତ ହେବେନି ବୋଲି ମତ ପ୍ରକାଶ ପାଇଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *