ଘରୋଇ ସ୍କୁଲ ବର୍ଜନ କରିବାକୁ ସରପଞ୍ଚଙ୍କ ଆହ୍ୱାନ

ଘରୋଇ ସ୍କୁଲ ବର୍ଜନ କରିବାକୁ ସରପଞ୍ଚଙ୍କ ଆହ୍ୱାନ

Share with people

ଘରୋଇ ସ୍କୁଲ ବର୍ଜନ କରି ସରକାରୀ ସ୍କୁଲରେ ପାଠପଢିବା ପାଇଁ ସରପଞ୍ଚ ଙ୍କ ଆହ୍ୱାନ

ଘରୋଇ ସ୍କୁଲ ବର୍ଜନ କରିବାକୁ ସରପଞ୍ଚଙ୍କ ଆହ୍ୱାନ

ପୁରୀଜିଲ୍ଲା ଗୋପ ବ୍ଳକ ମହଲପଡା ଓରେଇ ଗ୍ରାମର ଜାଗେଶ୍ବରୀ ବିଦ୍ୟାପୀଠରେ ଘରୋଇ ସ୍କୁଲ ବର୍ଜନ କରି ସରକାରୀ ସ୍କୁଲରେ ପାଠପଢିବା ପାଇଁ ସରପଞ୍ଚ ଆହ୍ୱାନ ଦେବା ସହ ସରକାରୀସ୍କୁଲରେ ଏକ ସଚେତନା ଶିବିର ଅନୁଷ୍ଠିତ କରିଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସ୍କୁଲରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପର୍ଯ୍ୟାପ୍ତ ଦିଆଯାଉଥିବା ବେଳେ ନବମ ,ଦଶମ ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ରେ ପୃଷ୍ଟିକର ଭୋଜନ ମାଗଣା ଯୋଗାଇ ଦିଆଯାଉଛି।ତା ସହିତ କମ୍ପ୍ୟୁଟର ଶିକ୍ଷା, ବିଭିନ୍ନ ଖେଳ ସାମଗ୍ରୀ, ସହ ଉନ୍ନତମାନର ଉଚ୍ଚଶିକ୍ଷା କୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏପରି ସମସ୍ତ ସୁବିଧା ପାଇବା ସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ସରକାରୀ ସ୍ତରରେ ଚାକିରୀ ପାଉଥିବା ବେଳେ ଘରୋଇ ସ୍କୁଲରେ ଅଭିଭାବକ ମାନେ ଅଯଥା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲ ଗୁଡିକ ରେ ସେସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ମହଲପଡା ଯୁବ ସରପଞ୍ଚ ମାସକୁ ଦୁଇ ତିନିଥର ସ୍କୁଲକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟ ରେ ଶିକ୍ଷା ଦେବାକୁ ନେଇ ସ୍କୁଲ ର ଛାତ୍ରଛାତ୍ରୀମାନେ ବହୁତ ଖୁସି ଅନୁଭବ କରୁଥିବା ସହ ସରପଞ୍ଚ ଙ୍କୁ ଧନ୍ୟବାଦ ଦେଇଛନ୍ତି। ଯଦି ଏହି ପରି ପୁରୀଜିଲ୍ଲା ବା ରାଜ୍ୟରେ ପ୍ରତେକ ସ୍କୁଲରେ ଶିକ୍ଷା କୁ ଜନପ୍ରତିନିଧି ମାନେ ଗୁରୁତ୍ୱ ଦିଅନ୍ତି ତାହେଲେ ସରକାରୀ ସ୍କୁଲରେ ଶିକ୍ଷାଲାଭ କରି ଛାତ୍ରଛାତ୍ରୀ ମାନେ ଭଲ ନମ୍ବର ରଖି ପାସ କରିବେ ବୋଲି ମତପ୍ରକାଶ ପାଇଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *