ପାଟଣାଗଡ଼ ଥାନା ଭଇଁଶା ଗାଁର ସରକାରୀ ଚିକିତ୍ସାଳୟରେ ମିଳିଛି କଙ୍କାଳ ହାଡ, ଯାହାକି ମଣିଷ ଆକୃତିର ଦିଶୁଥିବା ବେଳେ ସ୍ଥାନୀୟ ଗାଁ ଲୋକ ଅନୁମାନ କରୁଛନ୍ତି | ଭଇଁଷା ଗାଁ ସରକାରୀ ଚିକିତ୍ସାଳୟର ପୁରୁଣା ପରିତ୍ୟୋତ୍ୟ କୋଠାର ତିନୋଟି କୋଠରୀରୁ ତିନୋଟି ମଣିଷ ଆକୃତି ଛୋଟ ଛୋଟ କଙ୍କାଳ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଫୋନ ଯୋଗେ ସୂଚନା ଦେଇଥିଲେ ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇନ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ,ଏଇ ଘଟଣାକୁ ନେଇ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ କିଏ ଓ କାହିଁକି ଏଭଳି ଘଟଣା ଭୀଆଇଥିବ ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରଛି |

