ମହାସଂଘ ସମ୍ପାଦିକାଙ୍କୁ ପୂର୍ବତନ ବିଧାୟକଙ୍କ ଧମକ

ମହାସଂଘ ସମ୍ପାଦିକାଙ୍କୁ ପୂର୍ବତନ ବିଧାୟକଙ୍କ ଧମକ

Share with people

ପୂର୍ବତନ ବିଧାୟକଙ୍କ ଇଙ୍ଗିତରେ ବ୍ଲକ ସମ୍ମଖ ମହାସଂଘ ଖାତା ଛଡାଇ ନିସ୍ତୁକ ମାଡ ମାରିଲେ ମହାସଂଘ ସଭାପତି ଯାହାର ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲକୁ ମୋବାଇଲ I ନ୍ୟାୟ ପାଇଁ ପୂର୍ବତନ ବିଧାୟକଙ୍କ ନାମରେ ଥାନ ରେ ଏତଲା I

କଟକ ଜିଲ୍ଲାର ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଇଙ୍ଗିତରେ ରତାଗଡ଼ ମହାସଂଘର ସମ୍ପାଦିକା ପ୍ରେମଲତା ସ୍ୱାଇଁଙ୍କୁ ଲୋକ ଲଗାଇ ବାଙ୍କୀ ବ୍ଲକ ସମ୍ମୁଖରେ ମାଡ ମାରିବା ସହିତ ଗୁରୁତ୍ୱପୂର୍ଣ କାଗଜ ପତ୍ର ଓ ୧୦ ହଜାର ଟଙ୍କା ଛଡାଇ ନେବା ଅଭିଯୋଗ ଆଣି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ରତାଗଡ଼ ପଂଚାୟତର ମହିଳା ମହାସଂଘର ସଭାପତି ବନ୍ଦନା ବେହେରା ଏମ ବି କେ ସୁଜାତା ରାଉତଙ୍କ ସହିତ ବାଙ୍କୀ ବ୍ଲକ ବିଏଲସି ସଙ୍ଗମିତ୍ରଙ୍କ ନାମରେ ବାଙ୍କୀ ଥାନାରେ ଏତଲା I ସେପଟେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଧମକ ବାର୍ତାଳାପ ଆମ ହାତରେ ହୋଇଛି କଏଦ I ସେପଟେ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ୱ ହୋଇଛନ୍ତି ମହାସଂଘର ସମ୍ପାଦିକା ପ୍ରେମ ଲତା I ଅଭିଯୋଗ ପୂର୍ବତନ ବିଧାୟକ ଧମକ ଦେବା ଏହା ସହିତ ତାଙ୍କ ପ୍ରରୋଚନରେ ଜନଗହଳି ସ୍ଥାନରେ ଅର୍ଥାତ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାସଂଘର ସଭାପତି ବନ୍ଦନା ଓ ଏମ ବି କେ ସୁଜାତା ପ୍ରଥମେ ମୋର ମହାସଂଘ ଖାତା ଛଡାଇବା ତା ପରେ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ I ଯାହାର ଭିଡିଓ ମଧ୍ୟ ଏବେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି I ଏବେ ମୋର ପରିବାର ଓ ଖୋଦ ପ୍ରମଲତା ସ୍ୱାଇଁଙ୍କ ଜୀବନ ପ୍ରତି ବିପଦ ରହିଛି, ତୁରନ୍ତ ମୋତେ ନ୍ୟାୟ ଦିଅନ୍ତୁ ଓ ମୋ ସହିତ ମୋ ପରିବାର ଙ୍କୁ ଦିଆଯାଉ ସୁରକ୍ଷା I ସେପଟେ ଅଭିଯୋଗ ଉପରେ ପ୍ରଭାତ ତ୍ରିପାଠୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ଫୋନରେ ସେ କହିଥିଲେ ଏ ଘଟଣା ସମ୍ବଦ୍ଧରେ ମୁଁ କିଛି ଜାଣି ନାହିଁ I

[ ରିପୋର୍ଟ୍- ରାଜେଶ କୁମାର୍ ସାହୁ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *