ନକ୍ସଲଙ୍କୁ ୫୦-୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଏବଂ ଅନ୍ୟାନ୍ୟ ପୁନର୍ବାସ ସୁବିଧା ପ୍ରଦାନ କରାଯିବ
ସମାଜର ମୁଖ୍ୟ ସ୍ରୋତକୁ ଫେରିଲେ 20 ମାଓବାଦୀ
ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ନକ୍ସଲବାଦ ସହିତ ଲଢ଼ି ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛି। ମୋଟ ୨୦ ଜଣ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏଥିରେ ୯ଜଣ ମହିଳା ଏବଂ ୧୧ ଜଣ ପୁରୁଷ ନକ୍ସଲ ଅଛନ୍ତି, ଯେଉଁଥିରେ ମୋଟ ୨୦ଜଣ ମାଓବାଦୀ ରହିଛି। ମୋଟ ୩୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ପିଏସାଇ ବାଟାଲିୟନରେ ସକ୍ରିୟ ଜଣେ ହାଇକମାଣ୍ଡ ମହିଳା ନକ୍ସଲ, ଏବଂ ଦଳୀୟ ସଦସ୍ୟ ଏସପିଓ ମିଲିସିଆ କମାଣ୍ଡର ଏବଂ ଅନ୍ୟାନ୍ୟ କାର୍ଡର ନକ୍ସଲ ମଧ୍ୟ ଅଛନ୍ତି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରେ, ୨ ଜଣ ନକ୍ସଲ ରହିଛି ଉଭୟଙ୍କ ମୁଣ୍ଡରେ ୮-୮ ଲକ୍ଷ ଟଙ୍କା, ଜଣଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ସହିତ ୪ ଜଣ ନକ୍ସଲଙ୍କ ମୁଣ୍ଡରେ ୨-୨ଲକ୍ଷ ଟଙ୍କାର ପୁରସ୍କାର ରହିଛି । ମୋଟ 33 ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲ ନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କ ନକ୍ସଲ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ, ନକ୍ସଲମାନେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ନିୟମ ଅନୁଯାୟୀ ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ୫୦-୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଏବଂ ଅନ୍ୟାନ୍ୟ ପୁନର୍ବାସ ସୁବିଧା ପ୍ରଦାନ କରାଯିବ। ସୁକମା ଜିଲ୍ଲା ପୋଲିସ ଅଧୀକ୍ଷକ କାର୍ଯ୍ୟାଳୟରେ ଏହି ଆତ୍ମସମର୍ପଣ କରିଥିବା ନେଇ ସୁକୁମା ପୋଲିସ ଆରକ୍ଷୀ ଅଧୀକ୍ଷକ କିରଣ ଚୈହାନ, ଅତିରିକ୍ତ ପୋଲିସ ଅଧୀକ୍ଷକ ସୁଶାନ୍ତ ଶୁକ୍ଳା, ଏସଡିପିଓ ଧ୍ରୁଭରମ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପୋଲିସ ଏବଂ ସୁରକ୍ଷା ବାହିନୀର ନିରନ୍ତର ଚଢାଉ ଏବଂ ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲବାଦ ବିରୁଦ୍ଧରେ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି କୁହାଯାଉଛି।


