ସପିଙ୍ଗ ମୋଲରେ ସପିଙ୍ଗ କରୁଛନ୍ତିକି ହେଇ ଯାନ୍ତୁ ସାବଧାନ । ଜିନିଷ କିଣିଲା ବେଳେ ସମୟ ଅବୋଧି ଠିକ ଅଛି କି ନାହିଁ ଦେଖି ନିଅନ୍ତୁ । କାହିଁକି ନାଁ ଏବେ ବଜାରରେ Expiry ଖାଦ୍ୟ ପେକେଟ ବିକ୍ରି ହେଉଛି ।
[ ରିପୋର୍ଟ- ତପନ କୁମାର ଦଣ୍ଡପାଟ ]
ତେବେ ଏଭଳି ଜିନିଷ ବିକ୍ରି ହେଉଛି ମୟୁରଭଞ୍ଜ ଜିଲ୍ଲା ବମ୍ବେଛକ ବଜାରରେ ନୂଆ କରି ଖୋଲିଥିବା ବାରିପଦା ବଜାର । ତେବେ ଲୋକଙ୍କୁ ଅବିଧି Expiry ଚିକେନ୍ ସୁପ 17/10/2023 ରେ ପେକିଙ୍ଗ ହୋଇଥିବା ବେଳେ 16/10/2024 ରେ ଯାହାର ଅବୋଧି ସରିଯାଇଛି । ଠିକ ସେହିପରି ଅଟା ଯାହାକି ସମସ୍ତ ଲୋକଙ୍କ ଘରେ ପ୍ରାୟ ନିତି ଦିନିଆ ଖାଦ୍ୟ ସେଥିରେ ମଧ୍ୟ ଅବୋଧି ଠାରୁ ୮ ଦିନ ଅତିକ୍ରମ କରିଯାଇଥିଲା । ତେବେ ସେହି ଅଟାକୁ ଜଣେ ଗ୍ରାହକ ନେଇ ଘରେ ଖାଦ୍ୟ ତିଆରି କରିବା ସମୟରେ ସମୟ Expiry ହୋଇଥିବା ଦେଖି ସେହି ଅଟାକୁ ରୁଟି ତିଆରି କରି ନ ଥିଲେ ତେବେ ତା ପର ଦିନ ଆସି ବମ୍ବେଛକ ନିକଟରେ ଥିବା ବାରିପଦା ବଜାରକୁ ଆଣି ଅଭିଯୋଗ କରିବାରୁ ମ୍ୟାନେଜର ଚେଞ୍ଜ କରି ଦେଇଥିଲେ ।

ତେବେ ଆମେ କହିରଖିବାକୁ ଚାହୁଁଛୁ କୌଣସି ଲୋକ ସେହି ଖାଦ୍ୟ ଖାଇଥିଲେ କଣ ହେଇଥାନ୍ତା । ଏଭଳି ଘଟଣା ପୂର୍ବରୁ ମଧ୍ୟ Expiry kismis ବିକ୍ରି କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ତଥାପି ବାରିପଦା ବାଜାର ମାଲିକଙ୍କ କୌଣସି ସୁଧାର ଆସିପାରିଲା ନାହିଁ ଯାହାକୁ ନେଇ ବିଭିନ୍ନ ସମୟରେ ଗ୍ରାହକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
କିନ୍ତୁ ଆମେ କହି ରଖିବାକୁ ଚାହେଁ ସେହି ସୁପ ଖାଇ କୌଣସି ଛୋଟ ପିଲାର କିଛି କ୍ଷତି ହୋଇଥିଲେ ସେଥିପାଇଁ କିଏ ଦାୟୀ ହୋଇ ଥାନ୍ତା । ତେବେ ଜିଲ୍ଲା ରେ ଛତୁ ଫୁଟିଲା ଭଳି ସପିଙ୍ଗ ମୋଲ ଖୋଲା ଯାଉଥିବା ବେଳେ ଫୁଡ଼ ଇନ୍ସପେକ୍ଟର ଏହାର ନମୁନା ଯାଞ୍ଚ ନ କରି ପକେଟ ଗରମ କରି ଗଭୀର ନିଦରେ ଶୋଇ ଥିବା ବେଳେ ଜନସାଧାରଣ ଠକାମୀର ଶିକାର ହେଉଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।