ସନ୍ଦେହ ଘେରରେ କନଷ୍ଟେବଳଙ୍କ ମୃତ୍ୟୁ || RAYGADA NEWS

ସନ୍ଦେହ ଘେରରେ କନଷ୍ଟେବଳଙ୍କ ମୃତ୍ୟୁ || RAYGADA NEWS

Share with people

ରାୟାଗଡା ଥାନାର ଓଡ଼ିଶା ଷ୍ଟେଟ ପ୍ରୋଟେକ୍ସନ ଫୋର୍ସରେ କାର୍ଯ୍ୟରତ କନଷ୍ଟେବଲ ଗୌରୀ ତାଡୀଙ୍ଗି ଙ୍କ ମୃତ ଦେହ ପିତମହଲ ନିକଟସ୍ତ ଏକ କପା ବାଡରୁ ଉଦ୍ଧାର କରାଯାଇଛି। ସେ ରାୟଗଡ଼ାରୁ ତାଙ୍କ ଘର ତୁଳସୀବାଲାସାକୁ ଫେରୁଥିଲେ ସେ କିଛିଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ପରିବାର ବର୍ଗ କହିବା ଅନୁଯାୟୀ ମୃତ କନେଷ୍ଟବଳ ଗୌରୀ ତାଡୀଙ୍ଗି ଓ ତାଙ୍କ ଅନ୍ୟ ଏକ ସାଥୀଙ୍କ ସହ ଭୋର ସକାଳ ସମୟରେ ବାଇକରେ ତାଙ୍କ ଘରକୁ ଯାଉଥିଲେ ସେ ହାଠତ ପିତମହଲ ସ୍ଥିତ କପାବାଡ ନିକଟରେ କିଛି କ୍ଷଣ ରଖିବା ପାଇଁ କହି ଥିଲେ ପରବର୍ତ୍ତୀ ସମୟରେ ତାଙ୍କୁ କପାବାଡରେ ମୃତ୍ୟୁ ଅବସ୍ଥାରେ ପାଇଛନ୍ତି ଲୋକେ । ତାଙ୍କର ଏପରି ଆକସ୍ମିକ ମୁତ୍ୟୁ ସନ୍ଦେହ ଘେରାରେ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଶବକୁ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପ୍ରକାଶ କରିଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *