ଟିକାବାଲି ଥାନା ଅନ୍ତର୍ଗତ ଡୁଙ୍ଗି ଠାରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର । ସୂଚନା ଅନୁସାରେ ରାତ୍ର ପ୍ରାୟ 1 ଘାଣ୍ଟିକା ସମୟରେ ଏକ କାର ନଂ ଓଡି 22 ବି ଏଚ8884ସି ଯୋଗେ ଦୁଇ ଜଣ ଯୁବକ ବେଲଗୁଣ୍ଠା ତନରଡ଼ା ରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଢ଼ରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା |ଟିକାବାଲି ଅଗ୍ନିଶମ ବିଭାଗ କୌଣସି ସୂତ୍ର ରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଯୁବକ ଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ |ଡାକ୍ତର ଜଣେ ଯୁବକ ଙ୍କୁ ମୃତ ଘୋଷଣା କରିଥିଲେ | ମୃତକ ଯୁବକ ଜଣକ ବେଲୁଗୁଣ୍ଡା ତନରଡ଼ା ଅଞ୍ଚଳ ର ଶୁଭେନ୍ଦୁ ଶେଖର ସ୍ବାଇଁ (25) ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଯୁବକ ଙ୍କୁ ଡାକ୍ତର ଖାନା ରେ ଚିକିଶ୍ଚିତ ହେଉଥିବା ସୂଚନା ମିଳିଛି | ବର୍ତ୍ତମାନ ମୃତ ଦେହ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରଖା ଯାଇ ଘଟଣାର ତଦନ୍ତ ଚାଲିଥିବା ଟିକାବାଲି ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି |
