କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ମୁଖ୍ୟ ରାସ୍ତାର ପେରମଞ୍ଜି ଉଦ୍ୟାନ ବିଭାଗ ନର୍ସରୀ ଘାଟିରେ ଅଜଣା ଏକ ଗାଡ଼ିରେ ଦୁର୍ଘଟଣା ହୋଇ କର୍ଲାପାଟ ପଞ୍ଚାୟତର ମଳୟ ନାଏକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମଟରସାଇକେଲ ରେ ଆଉ ଜଣେ ୧୭ ବର୍ଷର ଦୀପକ ମାଝୀ ନାମକ ବାଳକ ପଛପରେ ବସିଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ କର୍ଲାପାଟ ଥାନା କର୍ମଚାରୀ ମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ଲେଖିବା ପର୍ଯ୍ୟନ୍ତ କେଉଁ ଗାଡ଼ିଦୁର୍ଘଟଣା ଘଟାଇଛି ତାହା ଜଣା ପଡିନଥିଲା ।


