ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଳ ସେଚନ ବିଭାଗ ମୁଖ୍ୟଯନ୍ତ୍ରୀ

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଳ ସେଚନ ବିଭାଗ ମୁଖ୍ୟଯନ୍ତ୍ରୀ

Share with people

ଭିଜିଲାନ୍ସ ହାତରେ ଧରାପଡିଲେ ଜଳ ସେଚନ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ l ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳ ସେଚନ ବିଭାଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇ. ଜିତେନ୍ଦ୍ର ପାଢ଼ୀ ଆଜି 46 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ଦେବାନନ୍ଦ ତ୍ରିପାଠୀ ନାମକ ଜଣେ ଠିକାଦାରଙ୍କ ବିଲ ପାସ କରାଇଦେବାକୁ ଏହି ଲାଞ୍ଚ ନେଉଥିଲେ l ଦେବନନ୍ଦ ତିନିବର୍ଷ ତଳେ ଜଳସେଚନ ବିଭାଗର ଏକ କାମକରିଥିଲେ ହେଁ ବିଲ ପାସ କରୁନଥିଲେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ l ବକେୟା ଥିବା ବିଲ ପାସ କରାଇଦେବାକୁ ସେ ଲାଞ୍ଚ ଦାବୀ କରିଥିବାବେଳେ ଏନେଇ ଦେବାନନ୍ଦ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ l ଯୋଜନା ମୁତାବକ ଆଜି ନିର୍ବାହୀ ଯନ୍ତ୍ରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ମାଡି ବସିଥିଲା l ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇ. ଜିତେନ୍ଦ୍ର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଜାରି ରଖିଛି l

(-ସୁବର୍ଣ୍ଣପୁର ଜିଲ୍ଲାରୁ ପିତାମ୍ବର ମହାପାତ୍ରଙ୍କ ରିପୋର୍ଟ-)


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *