ସୁନ୍ଦରଗଡ ଜିଲା ହେମଗିର ଠାରେ ରୋଟାରୀ କ୍ଲବ ଜୁବଲି ହିଲ୍ସ ଓ ବିଜିଆର କମ୍ପାନି ତରଫରୁ ଛାତ୍ରୀଛାତ୍ର ମାନଙ୍କୁ ମାଗଣାରେ ସାଇକେଲ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଶରତ ଚୈଧୁରୀ, ସ୍ଵତନ୍ତ୍ର ଅତିଥି ସାମ ପତିବାନ୍ଦଲା,ସମ୍ମାନୀତ ଅତିଥି ଭାବେ ଡ. ରାମ ପ୍ରସାଦ ଯୋଗ ଦେଇ ଥିବା ବେଳେ ରୋଟାରୀ କ୍ଲବ ଜୁବଲି ହିଲ୍ସର ଡାଇରେକ୍ଟର ସଭାପତି ବାଲକୋଟି ରେଡିଓ,ସମ୍ପାଦକ କମଲାକର ଏଲଭିଭି,ନିଦ୍ଦେର୍ଶକ ରାଜା କ୍ରିଷ୍ଣା,ବିଜିଆର ସିଓଓ ସିଏଚ ଭାନୁ,ବ୍ଲକ ଶିକ୍ଷା ଅଧିକାରୀ କରୁଣା ସାଗର ପଟେଲ,ପୁବତନ ଜିଲା ପରିଷଦ ଉପାଦକ୍ଷ କାଶିନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୭ଟି ସ୍କୁଲର ୫୪୧ଜଣ ଛାତ୍ରୀଛାତ୍ର ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହି ଅବସରରେ ଛାତ୍ରୀଛାତ୍ର ମାନେ ସାଇକେଲ ପାଇ ଖୁସି ବ୍ୟକ୍ତ କରିଥିଲେ ।
