ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଏନଏସି ସ୍ଥିତ ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ଶନିବାର ଦିନ ଓଡ଼ିଆ ସାମ୍ବାଦିକ ୟୁନିଅନ୍ (ଓୟୁଜେ), ରେଢ଼ାଖୋଲ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓୟୁଜେ ରେଢ଼ାଖୋଲ ଶାଖା ସଭାପତି ପ୍ରସନ୍ନ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବନବିଭାଗ ଅଧିକାରୀ ଅରବିନ୍ଦ ମହାନ୍ତି ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ସମ୍ନନ୍ୟୟ ରଖିବା ଦରକାର ବୋଲି ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭୀମଭୋଇ ମହାବିଦ୍ୟାଳୟର ମୁଖ୍ୟ ଇଂରାଜୀ ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ଯୋଗଦେଇ ଗଣମାଧ୍ୟମ ପ୍ରତିନିଧି ମାନେ ଜନ ସାଧାରଣ ମାନଙ୍କ ସମସ୍ୟା ବିଷୟରେ ସ୍ୱର ଉତ୍ତୋଳନ କରି ସମସ୍ୟା ସମାଧାନ କରିବା ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ଧରୁଆ, କଳିଙ୍ଗ କଲେଜ ଅଧ୍ୟାପକ ବିପିନ ମହାନନ୍ଦ, ଓୟୁଜେ ରେଢ଼ାଖୋଲ ଶାଖା ସମ୍ପାଦକ ସରୋଜ କୁମାର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ସାମ୍ବାଦିକ ରମାକାନ୍ତ ମହାନନ୍ଦ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ କଳିଙ୍ଗ କଲେଜର ଛାତ୍ର, ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। ଶେଷରେ କୋଷାଧ୍ୟକ୍ଷ ଅନିଲ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
