ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପରିସରରେ ସୋମବାର ଦିନ ସନ୍ଧ୍ୟା ସମୟରେ ରେଢ଼ାଖୋଲ ଉପଖଣ୍ଡ ରେ ପାଳନ କରାଯାଉଥିବା ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେଢ଼ାଖୋଲ ଥାନା ଅଧିକାରିଣୀ ସବିତା ଲତା ସେଠୀ ଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ରେଢ଼ାଖୋଲ ଅଞ୍ଚଳରେ ଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବାକୁ ବିଭିନ୍ନ ପ୍ରକାର ପ୍ରସ୍ତାବ ଆଲୋଚନା କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବରେ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, ବିଜୁଳି ବିଭାଗ ଅଧିକାରୀ ପ୍ରିୟ ରଞ୍ଜନ ଦାଶ, ରେଢ଼ାଖୋଲ ମୁଖ୍ୟ ଅଗ୍ନିକ ଦୁର୍ଯ୍ୟଧନ ସାହୁ, ଫରେଷ୍ଟର ଧର୍ମୁଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଭିନ୍ନ ପ୍ରକାର ପ୍ରସ୍ତାବ ମଧ୍ୟରେ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଓ ଟ୍ରାଫିକ ସମସ୍ୟା ସୁଦୃଢ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଏନଏସି ପକ୍ଷରୁ ଅଗ୍ରଣୀ ମେଢ଼ ଗୁଡ଼ିଏ ଆର୍ଥିକ ପୁରସ୍କୃତ ସହିତ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହିତ ପୂଜା ସମାପନ କରିଥିବା ପୂଜା କମିଟି ଙ୍କୁ ସମ୍ମାନିତ କରାଯିବ, ପୂଜା ସମୟରେ ସନ୍ଧ୍ୟା ୫ ଟା ସମୟରୁ ରାତ୍ରୀ ୧୦ ଘଟିକା ସମୟ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପ ଠାରେ ପୋଲିସ ମୁତୟନ କରାଯିବ, ଦୃତ ଗତିରେ ବାଇକ ଚଳାଚଳ ପ୍ରତି ପୋଲିସ ଦୃଷ୍ଟି ରଖିବ, ସର୍ବ ସାଧାରଣ ରାସ୍ତା ଓ ସ୍ଥାନ ମାନଙ୍କରେ ମାଦକ ଦ୍ରବ୍ୟ ସେବନ ନ କରିବାକୁ ପୋଲିସ ଦୃଷ୍ଟି ରଖିବ, ଲକ୍ଷ୍ମୀ ପୂଜା ବିସର୍ଜନରେ କୌଣସି ଡିଜେ ସାଉଣ୍ଡ ବାଜିବ ନାହିଁ। ଏହି ପ୍ରସ୍ତାବ ଗୁଡ଼ିକ ରଖାଯାଇଛି। ଏହି ବୈଠକରେ ରେଢ଼ାଖୋଲ ବିଭିନ୍ନ ପୂଜା କମିଟି ସଭାପତି ଓ ସମ୍ପାଦକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।
