୩୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଦୁଇ ଗିରିଫ।

୩୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଦୁଇ ଗିରିଫ।

Share with people

ରା ଉଦୟଗିରି ପୋଲିସକୁ ମିଳିଛି ବଡ ଧରଣର ସଫଳତା।ଗତକାଲି ରା ଉଦୟଗିରି ପୋଲିସ ପଣସ ପଦର ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ ଗୋଟିଏ ମାରୁତି କାର କୁ ଅଟକାଇ ତଲାସୀ କରୁଥିବା ସମୟରେ କାରରେ ୨୧୬କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା ସେହି କାରରେ ତିନିଜଣ ଲୋକ ଯାଉଥିବା ବେଳେ ପୋଲିସ ଅଟକାଇ ପଚରା ଉଚାରା କରିବା ସମୟରେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ରା ଉଦୟଗିରି ପୋଲିସ।ଗିରଫ ଦୁଇଜଣ ହେଲେ ପ୍ରସାଦ ଘାଣ୍ଟା ସେ ରାୟଗଡା ଜିଲ୍ଲାର ପଦ୍ମପୁର ଥାନା ଅନ୍ତର୍ଗତ ଗଇବନ୍ଧ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରାନୁ ବେଣିଆ ସେ ରା ଉଦୟଗିରି ଥାନା ଅନ୍ତର୍ଗତ ଆଟିଲିମା ଗ୍ରାମର ବୋଲି ଜଣାପଡିଛି।ବର୍ତ୍ତମାନ ପୋଲିସ ଏହି ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ସେମାନେ ଗଞ୍ଜେଇ କଉଠିକୁ ଚାଲାଣ କରୁଥିଲେ ଓ କିଏ ଚାଲାଣ ଗଞ୍ଜେଇ ନେଇଥାନ୍ତା ଏବଂ ଏହି କଳା ବଜାରୀର କିଙ୍ଗପିନ କିଏ ଏହି ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ଆବଶ୍ୟକ ସ୍ଥଳେ ଆଗକୁ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଆଣି ଏହି ଘଟଣାରେ ଅନ୍ୟ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତ ତଥ୍ୟ ବାହାର କରି ସଂଶ୍ଳିଷ୍ଟ ବ୍ୟକ୍ତି ଙ୍କୁ କାହାରିକୁ ଛଡ଼ାଯିବନି ଏବଂ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

[ରିପୋର୍ଟ-ହରିଶ୍ଚନ୍ଦ୍ର ପରିଛା]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *