ଗୁରୁବାର ସନ୍ଧ୍ୟାରେ ରାୟଗଡା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ଦୋକାନ ବାଣ ନିଆଁରେ ଜଳିଲା ।ସୂଚନା ଅନୁଯାୟୀ ଜଗନ୍ନାଥ ମନ୍ଦିର ନିକଟରେ ରହିଥିବା ପେଟ୍ରୋଲ ପମ୍ପ ପାଖ ସନ୍ତୋଷ ବେହେରା ଦୋକାନରେ ଖଚୁରା ଭାବେ ପେଟ୍ରୋଲ ବିକ୍ରି କରନ୍ତି।ସନ୍ଧ୍ୟା ସମୟରେ ବାଣ ନିଆଁ ପେଟ୍ରୋଲରେ ପଡି ହୁତୁହୁତୁ ହୋଇ ନିଆ ବଢି ଯାଇଥିଲା।ସ୍ଥାନୀୟ ଲୋକ ବହୁ ଚେଷ୍ଠା ପରେ ନିଆକୁ ଆୟତ୍ତ କରିଥିଲେ। ଭାଗ୍ୟ ବଶତଃ ନିଆ ଦୋକାନ ଭିତରକୁ ଅଳ୍ପ ମାଡିଥିଲା।ଫଳରେ ଅଧିକ କ୍ଷୟକ୍ଷତି ହୋଇନାହିଁ।।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବା ବେଳକୁ ନିଆ ସମ୍ପୂର୍ଣ ଲିଭିଯାଇଥିଲେ ବି କିଭଳି ପରିସ୍ଥିତିରେ ନିଆ ଲାଗିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛନ୍ତି ଅଗ୍ନିଶମ କର୍ମଚାରୀ।
