ଟ୍ରକ ଧକ୍କାରେ ୫ରୁ ଉର୍ଦ୍ଧ୍ବ ଗାଈ ମୃତ

ଟ୍ରକ ଧକ୍କାରେ ୫ରୁ ଉର୍ଦ୍ଧ୍ବ ଗାଈ ମୃତ

Share with people

ଦେବଗଡ଼:ବାରକୋଟ ଥାନା ଅଞ୍ଚଳ ଠିଆନାଳ ଗ୍ରାମ‌ରେ ଟ୍ରକ ଧକ୍କାରେ୫ରୁ ଉର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କିଛି ଗାଈ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ୧୫ରୁ ଉର୍ଦ୍ଧ୍ବ ଗାଈ ଅପରାହ୍ନ ସମୟରେ ନିକଟସ୍ଥ ଜଙ୍ଗଲରୁ ଚରି ଫେରୁଥିବା ସମୟରେ ୪୯ନଂ ଜାତୀୟ ରାଜପଥର ଠିଆନାଳ ଗ୍ରାମ ନିକଟରେ ଏକ ଟ୍ରକ ଗାଈମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ୫ରୁ ଉର୍ଦ୍ଧ୍ବ ଗାଈର ମୃତ୍ୟୁ ଘଟିଥିବାବେଳେ ଆଉ କିଛି ଗାଈ ଆହତ ହୋଇଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବେଶ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକକୁ ପୁଲିସ କାବୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *