ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ବାଇକ ଆରୋହୀ ଧକ୍କା ଦେବାରୁ ଘଟଣା ସ୍ଥରରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଅନ୍ୟ ଜଣେ ଆହତ ହୋଇ ମେଡିକାଲରେ
ଭର୍ତି ହୋଇଛନ୍ତି | ତେବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଉଲବା ଗାଁ ନିକଟରେ ଏହି ବାଇକ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ଅନୁସାରେ କୁତମୁଣ୍ଡା ଗାଁର ରାଜେଶ ସାହୁ ଏବଂ ଅନ୍ୟ ଜଣେ ବ୍ୟକ୍ତି ନିଜ ବାଇକ ରେ ବଲାଙ୍ଗୀର ପଟ କୁ ଯାଉଥିବା ବେଳେ ଉଲଵା ଗାଁ ପାଖରେ ଚାଲି ଚାଲି ଯାଉଥିବା ତେଣ୍ଡାପଦର ଗାଁ ର ରକ୍ଷାକାରି ନାଏକ କୁ ଧକ୍କା ଦେଇଥିଲେ ଫଳରେ ଘଟଣା ସ୍ଥଳ ରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣ ଙ୍କ ଅବସ୍ଥା ସଂକତାପନ୍ନ ଥିବାରୁ ତାକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି |ମୃତକ ହେଉଛନ୍ତି କୁତମୁଣ୍ଡା ଗାଁର ରାଜେଶ ଏବଂ ତେଣ୍ଡାପଦର ଗାଁ ର ରକ୍ଷାକାରି | ସେପଟେ ଖବର ପାଇ ଘଟଣା ସ୍ଥଳ ରେ ପୁଲିସ ପହଁଚି ଏହାର ତଦନ୍ତ ଆରମ୍ଭ କରିଥିବା ଜଣ ପଡିଛି |
