ଡାଏଲଗ କହୁଥିବା ବେଳେ ହଠାତ ରାମଙ୍କର ହେଲାହାର୍ଟଆଟାକ୍ I
ରାମଲୀଳାରେ ରାମଙ୍କ ମୃତ୍ୟୁ :
ମଞ୍ଚ ଉପରେ ରାମାୟଣ ମଞ୍ଚସ୍ଥ ହେଉଥିବା ସମୟରେ ଚାଲିଗଲା ରାମଙ୍କ ଜୀବନ । ମଞ୍ଚ ଉପରେ ଠିଆ ହୋଇ ରାମଙ୍କ ଚରିତ୍ରରେ ଅଭିନୟ କରି ଡାଏଲଗ କହୁଥିବା ସମୟରେ ହଠାତ୍ ହୃଦଘାତ ଯୋଗୁଁ ଟଳି ପଡିଲେ ଅଭିନେତା । ଏଭଳି ଦୁଃଖଦ ଘଟଣା ଦିଲ୍ଲୀରେ ଘଟିଛି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ , ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମା ନଗରରେ ରାମଲୀଲା ଚାଲିଥିଲା । ଏହି ସମୟରେ ରାମ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ହୃଦ୍ଘାତରେ ପ୍ରାଣ ହରାଇଛନ୍ତି । ମୃତ ଅଭିନେତା ହେଉଛନ୍ତି ସୁଶୀଲ କୌଶିକ। ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଥିବା ବେଳେ ଡାଏଲଗ ମଧ୍ୟ ସଠିକ୍ ଭାବରେ କହୁଛନ୍ତି। ଏହି ସମୟରେ ତାଙ୍କ ସହିତ ମଞ୍ଚରେ ଅନ୍ୟ କଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।
ବିଭୀଷଣଙ୍କ ରାଜ୍ୟାଭିଷେକ ପରେ ରାମ ମହାଦେବ ଶଙ୍କରଙ୍କ ନିକଟରେ ତାଙ୍କ ଦ୍ୱାରା ସୁଶାସନ ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରୁଥିବା ବେଳେ, ହଠାତ୍ ରାମଙ୍କୁ ତାଙ୍କ ଛାତିରେ ହାତ ଦେଉଥିବା ଦେଖିବାକୁ ମିଳିଥିଲା । ସୁଶୀଲ ନିଜ ଛାତିରେ ହାତ ରଖି ମଞ୍ଚ ପଛପଟକୁ ଯାଉଥିବାର ନଜର ଆସିଛନ୍ତି ।
ପୋଲିସ ସୂଚନା ମୁତାବକ, ସୁଶୀଲଙ୍କୁ ମଞ୍ଚ ଉପରେ ହୃଦ୍ଘାତ ହୋଇଥିଲା । ଛାତିରେ ଯନ୍ତ୍ରଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ସୁଶୀଲ ପେଶାରେ ଜଣେ ପ୍ରପର୍ଟି ଡିଲର ।