ହୋମଗାର୍ଡ ଙ୍କ ସ୍ତ୍ରୀଙ୍କ ହାତ, ଗୋଡ ବାନ୍ଧି ଲୁଟିନେଲେ ସମସ୍ତ ସୁନା ଗହଣା
ରାଉରକେଲାରେ ହୋମଗାର୍ଡଙ୍କ ଘରୁ ଶସସ୍ତ୍ର ଚୋରି।
ପୋଲିସ ଘରୁ ଚୋରି, ହୋମଗାର୍ଡ ଙ୍କ ସ୍ତ୍ରୀଙ୍କ ହାତ I ଗୋଡ ବାନ୍ଧି ଲୁଟିନେଲେ ସମସ୍ତ ସୁନା ଗହଣା । ଖବର ଅନୁଯାୟୀ, ରାଉରକେଲା ସେକ୍ଟର ୧ ଅଞ୍ଚଳରେ ଘଟିଛି ଏହିପରି ଏକ ଚାଂଚଲ୍ୟକର ଘଟଣା । ପୋଲିସ ବିଭାଗରେ କାମ କରୁଥିବା ଜଣେ ହୋମଗାର୍ଡ ଶ୍ରୀନିବାସ ପ୍ରଧାନ ସେକ୍ଟର ୧, A ବ୍ଲକ୍ ୪୭୮ କ୍ୱାଟର ରେ ତାଙ୍କ ମା ଓ ସ୍ତ୍ରୀଙ୍କ ସାଙ୍ଗରେ ରୁହନ୍ତି I ଗତକାଲି ବିଳମ୍ବିତ ରାତିରେ ହୋମଗାର୍ଡ ଙ୍କ ସ୍ତ୍ରୀ ଏକାକୀ ଘରେ ସୋଇଥିବାବେଳେ ଅନ୍ୟ ମାନେ ପାଖରେ ଥିବା ଅନ୍ୟଏକ ଘରେ ସୋଇଥିଲେ I ୨ ଜଣ ଦୁର୍ବୁତ୍ତ ଘରର ପଛ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ଓ ମାରଣାଅସ୍ତ୍ର ଦେଖାଇ ମହିଳାଙ୍କ ହାତ ଗୋଡ କୁ ବାନ୍ଧିଦେଇଥିଲେ ପରେ ମହିଳା ପିନ୍ଧିଥିବା ସମସ୍ତ ସୁନା ଗହଣା ଚୋରି କରି ନେଇଥିଲେ I ହୋମଗାର୍ଡ ଶ୍ରୀନିବାସ ଶବ୍ଦ ଶୁଣି କବାଟ ଖୋଲି ଘଟଣା ବିଷୟରେ ଜାଣିବା ପରେ ପୋଲିସ କୁ ସୂଚନା ଦେଇଥିଲେ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ହାତ ଗୋଡ ବନ୍ଧା ଅବସ୍ଥାରେ ପଡିରହିଥିବା ମହିଳା ଙ୍କୁ ଉଦ୍ଧାର କରିଥିଲା I ଚୋରି ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି I ଆଜି ସକାଳେ ଘଟଣାସ୍ଥଳରେ ସେକ୍ଟର -୩ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି I ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୀଡ଼ିତ ଠାରୁ ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଇସ୍ପାତ ସହରାଂଚଳ ବିଭିର୍ନ ସେକ୍ଟର ଅନେକ ସ୍ଥାନରେ ଷ୍ଟ୍ରିଟ ଲାଇଟ ଜଳୁନଥିବା ବେଳେ ଚୋର ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି I ଯଦି ପୋଲିସ ଠାରେ ସୁରକ୍ଷିତ ନାହିଁ ତେବେ ସହରବାସୀ କେତେ ସୁରକ୍ଷିତ ଏହା ସହର ବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

[ ରିପୋର୍ଟ-ସୁରଜିତ ନନ୍ଦ ]