ରାୟଗଡ଼ା ସହରର ଭୋର ପ୍ରାୟ ସକାଳ 4 ଘଣ୍ଟା ୪୫ମିନିଟ ସମୟରେ ଗ୍ୟାସ ଗୋଦାମ ନିକଟସ୍ତ ପୌର ପରିଷଦର ୦୯ ନମ୍ବର ୱାର୍ଡ ଦାସରି ଶିବା ନାମକ ବାଢେଇଙ୍କ ଉପର ମହଲାର ରନ୍ଧନ ଗ୍ୟାସ ହାଣ୍ଡି ଫାଟି ତିନି ଜଣ ଜଳି ଯାଇ ଗୁରୁତର। ସ୍ଥାନୀୟ ଲୋକ ମାନେ କହିବା ଅନୁଯାୟୀ ରାୟଗଡା ପୌର ପରିଷଦ ୱାର୍ଡ ୦୯ ରେ ଦାସରି ଶିବା ନାମକ ବାଢ଼େଇ ଙ୍କ ତିନି ମହଲା ଘରେ ତିନି ଜଣ ଆୟାପା ସ୍ବାମୀ ମାନେ କୁମାର ସ୍ଵାମୀ ଙ୍କ ଦୀକ୍ଷା ନେଇ ସେଠାରେ ପୂଜା ପାଠ କରି ରହି ଆସୁଥିଲେ। ସେମାନେ ହେଲେ ଦାସରୀ ଶିବା ବୃତ୍ତିରେ ବଢେଇ କାମ କରନ୍ତି ଅନ୍ୟ ଦୁଇ ଜଣ ଧର୍ମା ମିନୀୟକା ଓ ଦିନୁ ମିନିୟକା ବୃତ୍ତିରେ ଖଲାସୀ ବା ଦିନ ମଜୁରିଆ ଥିଲେ। ପୂର୍ବରୁ ଉକ୍ତ ଘରେ ଗ୍ୟାସ ଲିକ୍ ହୋଇ ଥିଲା । ଭରୁ ସକାଳୁ ସମୟରେ ଶିବା ନିତ୍ୟ କର୍ମ ସାରି ପୂଜା ଅର୍ଚ୍ଚନା କରିବାପାଇଁ ଅନ୍ୟ ଦୁଇ ଦୀକ୍ଷାଧାରି ଭକ୍ତଙ୍କୁ ଉଠାଇବା ପାଇଁ ରୁମକୁ ଆସି ଲାଇଟ୍ ପକାଇବା ପାଇଁ ଯାଇ ଲାଇଟ୍ ସ୍ୱିଚ ଓଁନ କରିଥିଲେ। ହଠାତ୍ ରନ୍ଧନ ଗ୍ୟାସ ହାଣ୍ଡି ଫାଟି ବିରାଟ ବିସ୍ଫୋରଣ ହେଇ ଘରେ ଭିତରେ ଥିବା ତିନି ଜଣ ବ୍ୟକ୍ତି ଜଳି ଯାଇ ଥିଲେ। ବିସ୍ଫୋରଣ ପରେ ଘର ର ଇଟା କାନ୍ଥ ଖଣ୍ଡ ପାର୍ଶ୍ଵରେ ଥିବା କାର ଉପରେ ପଡ଼ିଯାଇ କାର ଭାଙ୍ଗି ଚୂର୍ ମାର ହୋଇ ଯାଇଛି। ଜୀବିତ ଅର୍ଦ୍ଧ ଦଗ୍ଧ ବ୍ୟକ୍ତି ମାନଙ୍କୁ ତୁରନ୍ତ ଆମ୍ବୁଲେନ୍ସ ସେବା ଡକାଇ ଆମ୍ବୁଲେନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ। ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ କେବିନ୍ ସୁବିଧା ନଥିବା ଯୋଗୁଁ ଉତ୍ତମ ଚିକିତ୍ସା ନିମନ୍ତେ ପ୍ରଥମେ ଶିବା ନାମକ ଆହତ ବ୍ୟକ୍ତିଙ୍କୁ ବିଶାଖାପାଟଣା ଓ ଅନ୍ୟ ଦୁଇ ଜଣ ଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଚିକିତ୍ସାଳୟକୁ ପୃଥକ୍ ପୃଥକ୍ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଇଥିଲେ ।
