ସୁନ୍ଦରଗଡ : ସୁନ୍ଦରଗଡ ଜିଲା ହେମଗିର ଥାନା ସ୍ଥିତ ଗିରିସିମା ଠାରେ ଜଣେ ଯୁବକଙ୍କୁ ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିବା ସହ ଜୀବନରୁ ମାରିଦେବାର ଧମକ ଦିଆଯାଇଥିବା ହେମଗିର ଥାନା ଲିଖିତ ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ ଗିରିସିମା ଗ୍ରାମର ରଥ ଭୋଏ (୨୭) ବୁଧବାର ରାତିରେ ଗ୍ରାମର ନିକଟସ୍ଥ ରାସନ ଦୋକାନକୁ ସାମଗ୍ରୀ ଆଣିବା ପାଇ ଯାଇଥିବା ସମୟରେ ସେହିଗ୍ରାମର ମିଥୁନ ଭୁୁୟଁର ଓ ମୁଞ୍ଚୁ କିଶାନ ରଥଙ୍କୁ ଠେଙ୍ଗା ଓ ଲାଠି ସାହାଯ୍ୟରେ ମାଡ ମାରିବା ସହିିତ ପଥର ସାହାଯ୍ୟରେ ମାଡ ମାରି ନାକ ଫଟେଇ ଗୁରୁତର ଭାବେ ଆହତ କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଥିବାର ପୋଲିସ ପାଖରେ ସେ ଅଭିଯୋଗ କରିଛନ୍ତି ।
