ଯାଜପୁରରେ ଭୟଙ୍କର ଦୁର୍ଘଟଣା ; ଟ୍ରକ୍‌କୁ ପିଟି ଚୁନା ହେଲା ବସ୍‌

ଯାଜପୁରରେ ଭୟଙ୍କର ଦୁର୍ଘଟଣା ; ଟ୍ରକ୍‌କୁ ପିଟି ଚୁନା ହେଲା ବସ୍‌

Share with people

ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜା ନାମକ ଯାତ୍ରୀବାହୀ ବାସ ଗତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି I

ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ୨୦ ଜଣ ଗୁରୁତର ଆହତ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୨୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ‘ରାଜା’ ନାମକ ବସ୍‌ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ବେଳେ ଜାରକା ନିକଟରେ ରାସ୍ତାରେ ଠିଆ ହୋଇ ଥିବା ଏକ ଟ୍ରକ୍‌କୁ ଦ୍ରୁତ ଗତିରେ ଆସୁଥିବା ‘ରାଜା’ ବସ୍‌ ଧକା ଦେଇଥିଲା ।

ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣା ସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଧକ୍କା ଯୋଗୁ ପ୍ରାୟ ୨୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧର୍ମଶାଳା ମେଡିକାଲରେ ପ୍ରାଥମିକ ଚିକିତ୍ସ ପରେ ଛାଡି ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ବସ୍‌କୁ ପୁଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *