ଦୁର୍ନୀତି ନିବାରଣ ବିଭାଗ ତରଫରୁ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ

ଦୁର୍ନୀତି ନିବାରଣ ବିଭାଗ ତରଫରୁ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ

Share with people

ସଚେତନତା ସପ୍ତାହ, 2024 ପାଳନ ପରିପେକ୍ଷୀରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାରିପଦା ପରିସରରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଭିଜିଲାନ୍ସ, ବାରିପଦାର ହରେକୃଷ୍ଣ ମାଝୀ ,ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିଯୋଗିତା ବିଚାରକ ଭାବେ ଅଧ୍ୟାପକ ସମରେନ୍ଦ୍ର ବସା, ପ୍ରଧାନଶିକ୍ଷକ ଅମିତାଭ ମିଶ୍ର, ଗୋବିନ୍ଦଚନ୍ଦ୍ର ରାଉତ, ଅବସରପ୍ରାପ୍ତ ଶିକ୍ଷକ ଅତୁଲ କୁମାର ପରିଡା, ଶିକ୍ଷକ ଦୀପକ ରାମ, ମହେଶ୍ୱର ମାରାଣ୍ଡି ଯୋଗ ଦେଇଥିଲେ l “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ” ଓଡ଼ିଆ ବକ୍ତୃତା, “କଲଚର ଅଫ ଇଣ୍ଡିଗ୍ରିଟି ଫର ନେସନସ ପ୍ରସ୍ପେରିଟି ” ଇଂରାଜୀ ବକ୍ତୃତା, “କାର୍ଟୁନ କମ କେପସନ କମ୍ପିଟିସନ ଅନ ଦି ଥିମ : ଆଣ୍ଟି କୋରାପସନ ” ଚିତ୍ରାଙ୍କନ ବିଷୟ ବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଦୀପଙ୍କର ବେହେରା,ତନୁଶ୍ରୀ ଦାଶ, ଶୁଭଶ୍ରୀ ମହାନ୍ତି,ଇଂରାଜୀ ବକ୍ତୃତା ପ୍ରତିଯୋଗିତା ରେ ଅରୁଣଜ୍ୟୋତି ପ୍ରଧାନ, ଇପ୍ସିତା ଭୋଇ, ଏମ. ଡ଼ି. ଦସ୍ତାଗିରି ହସନ , ଚିତ୍ରାଙ୍କନ ପ୍ରତିଯୋଗିତା ରେ ଇପ୍ସିତା ଭୋଇ, ସପନ ପଢ଼ିଆରୀ, ସୌମ୍ୟା ବାରିକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଦୀପ କୁମାର ଚୌଧୁରୀ,କଳ୍ପନା ମହାପାତ୍ର,ସୋନାଲି ପରିଡା, ବୁଦ୍ଧିରାମ ସିଂ ପ୍ରମୁଖ ସହଯୋଗ କରିଥିଲେ l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *