ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇଲେ ପରିଚାଳନା କମିଟି ଓ ଅବିଭାବକ । ବିଦ୍ୟାଳୟ ବାହାରେ ବସିଥିଲେ ଛାତ୍ରଛାତ୍ରୀ ଅଭିଭାବକ।
ଶୁଣିଲେନି ବିଇଓ ;ଛୁଟି ପରେ ଚାଲିବ ଲଢେ଼ଇ
ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇଲେ ପରିଚାଳନା କମିଟି ଓ ଅବିଭାବକ । ବିଦ୍ୟାଳୟ ବାହାରେ ବସିଥିଲେ ଛାତ୍ରଛାତ୍ରୀ ଅଭିଭାବକ । ଏପରି ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଘଟଣାରୁ ପ୍ରକାଶ ବିଦ୍ୟାଳୟକୁ ୫ଟି ରେ ସଂଯୋଗ କରାଯାଇ ରୁପାନ୍ତିକରଣ କରାଯାଇଛି। ହେଲେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ଆବଶ୍ୟକିୟ ଶିକ୍ଷକ ସଂଖ୍ୟା ୮ ଥିବାବେଳେ ଅଛନ୍ତି ମାତ୍ର ୫ । ଶିକ୍ଷକ ଦିପକ କୁମାର ବେହେରାଙ୍କୁ ସି ଆର ସି ସି ଭାବେ ମାତ୍ର ୫ଦିନ ହେଲା ଅନ୍ୟତ୍ର ନିଯୁକ୍ତିି ଦିଆଯାଇଛି। ଯାହାକୁ ନେଇ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖା ଦେଖାଦେବା ସହ ଫାଟକ ସମ୍ମୁଖରେ ତାଲା ପକାଯାଇଛି। ସୂଚନାଯୋଗ୍ୟ ନଳିନୀ ବେହେରା ନାମକ ଜଣେ ଶିକ୍ଷକ ୨୦୧୭ ମସିହା ରୁ ଦୀର୍ଘ ୮ବର୍ଷ ହେଲା ଦେପୁଟେସନ ରେ ଅଛନ୍ତି। ଅନ୍ୟତମ ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର ଙ୍କୁ ୩ ଦିନ ଅରିଲୋ ଆଉ ୩ ଦିନ ଭୁବନ ଏନ୍ ଏ ସି ର ଭିତରଦିଗପାଟଣା ସ୍କୁଲ୍ କୁ ଦେପୂଟେସନ ରେ ଯାଇଛନ୍ତି। ଏହି ସ୍କୁଲ୍ ରେ ୨୦୭ ଜଣ ବିଦ୍ୟାର୍ଥୀ ପାଠ ପଢ଼ୁଥିବା ପ୍ରାଇମେରୀ ସେକ୍ସନ ମୁଖ୍ୟ ଦୀପ୍ତି ରଞ୍ଜନ ପୃଷ୍ଟି ଜଣାଇଛନ୍ତି। ସୋମବାର ଅପରାହ୍ନ ୨ଟା ରୁ ଆରମ୍ଭ ହୋଇ ଥିବା ଧର୍ମଘଟ ସ୍ଥଳ କୁ ବ୍ଲକ ପ୍ରଶାସନ ର କେହି ବି ମୁଖ୍ୟ ଯାଇନଥିଲେ । ଫଳରେ ସ୍କୁଲ୍ ଛୁଟି ହେବା ପର୍ଯ୍ୟନ୍ତ ଜଗି ବସିଥାନ୍ତି ଧର୍ମଘଟକାରୀ। ଦଶହରା ଛୁଟି ହେବାରୁ ଧର୍ମଘଟ କୁ ବନ୍ଦ କରାଯାଇଛି । ଛୁଟି ପରେ ପୁଣି ଧର୍ମଘଟ ଚାଲିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ଜୟନ୍ତ କୁମାର ଆଇଚ।
