।ରାଜ୍ୟ ସରକାର ଙ୍କ ପକ୍ଷରୁ ନୂତନ ଏନଏସି ଏବଂ ମୁନ୍ସିପାଲଟି ନାମ ଘୋଷଣା ହୋଇଥିବା ବେଳେ ଉଦଳାର ନାମ ନାହିଁ।
ଉଦଳା କୁ ଏନଏସି ରୁ ମୁନ୍ସିପାଲଟି କରିବା ପାଇଁ ଏକାଠି ହୋଇଛି ପୁରା ଉଦଳା
ରାଜ୍ୟ ସରକାର ଙ୍କ ପକ୍ଷରୁ ନୂତନ ଏନଏସି ଏବଂ ମୁନ୍ସିପାଲଟି ନାମ ଘୋଷଣା ହୋଇଥିବା ବେଳେ ଉଦଳାର ନାମ ନାହିଁ। ତେବେ ଉଦଳା କୁ ଏନଏସି ରୁ ମୁନ୍ସିପାଲଟି କରିବା ପାଇଁ ଏକାଠି ହୋଇଛି ପୁରା ଉଦଳା। ଉଦଳା ସନ୍ଧାନୀ ଗୃହରେ ଏକ ସର୍ବଦଳୀୟ ବୈଠକ ଆୟୋଜନ କରାଯାଇଥିଲା। ଯେଉଁଥିରେ ଉଦଳା ର ବିଧାୟକ ଭାସ୍କର ମଢେଇ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ସମେତ ରାଜନେତା ଏବଂ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଉଦଳା ଏନଏସିରେ ଏବେ ୧୩ ହଜାର ଜନସଂଖ୍ୟା ଥିବା ବେଳେ ମୁନ୍ସିପାଲଟି ନିମନ୍ତେ ଆବଶ୍ୟକ ଥିବା ଜନସଂଖ୍ୟା ନିମନ୍ତେ ବିଭିନ୍ନ ପଞ୍ଚାୟତକୁ ମିଶାଇବାର ଆହ୍ୱାନ ଦିଆଯାଇଥିଲା। ଯାହାକୁ ଏନଏସି ନିକଟ ଭୀମତାଳି, ବହୁବନ୍ଧ, ନୂଆସାହି ସମେତ ବିଭିନ୍ନ ପଞ୍ଚାୟତ ଜନ ପ୍ରତିନିଧି ସମର୍ଥନ ଜଣାଇଥିଲେ। ମୁନ୍ସିପାଲଟି ପାଇଁ ଆବଶ୍ୟକ ମାନଦଣ୍ଡ ପାଇଁ କମିଟି ମାନ ଗଠନ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ସମସ୍ତ ଦସ୍ତାବିଜ ପଠାଯିବ ବୋଲି ସମସ୍ତେ ସମର୍ଥନ ଜଣାଇଥିଲେ।

