ମୁନୁଷପଦର୍ ଗାଁରେ ପହଞ୍ଚିଲା ଉତ୍କଳ ଆଲୁମିନା ମୋବାଇଲ୍ ସ୍ବାସ୍ଥ୍ୟ ଟିମ୍ || RAYGADA NEWS

ମୁନୁଷପଦର୍ ଗାଁରେ ପହଞ୍ଚିଲା ଉତ୍କଳ ଆଲୁମିନା ମୋବାଇଲ୍ ସ୍ବାସ୍ଥ୍ୟ ଟିମ୍ || RAYGADA NEWS

Share with people

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଏକ ମୋବାଇଲ ସ୍ବାସ୍ଥ୍ୟ ଦଳ କାଶୀପୁର ବ୍ଲକ ଅଧୀନ ଡଙ୍ଗାସିଲ୍ ପଞ୍ଚାୟତ ଦୁର୍ଗମ ମୁନୁଷପଦର ଗ୍ରାମରେ ଚର୍ମ ରୋଗ ବ୍ୟପୁଥିବା ବେଳେ ଏଠାରେ ପହଞ୍ଚି ଆକ୍ରାନ୍ତଙ୍କୁ ତ୍ୱରିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ପିଡିତଙ୍କୁ ଔଷଧ ବିତରଣ କରିଛନ୍ତି। ଉକ୍ତ ଗାଁରେ ଚର୍ମ ଜନିତ ରୋଗ ବ୍ୟାପୁଥିବା ସଂକ୍ରାନ୍ତରେ ପ୍ରଥମେ ଜଣାପଡିବା ପରେ ଉତ୍କଳ ଆଲୁମିନା ସିଏସଆର ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ତୁରନ୍ତ ସିଏସଆର ବିଭାଗ ମୁଖ୍ୟ ଲୋପାମୁଦ୍ରା ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ଲାଣ୍ଟ ସିଏସଆର ମୁଖ୍ୟ ଦିଗନ୍ତ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧନରେ ଏକ ମୋବାଇଲ ସ୍ବାସ୍ଥ୍ୟ ଦଳ ସମେତ ସିଏସ୍ଆର କର୍ମକର୍ତ୍ତା ମାନେ ମୁନୁଷପଦର୍ ଗ୍ରାମରେ ପହଂଚିଥିଲେ। ଉକ୍ତ ଗ୍ରାମକୁ ଯିବା ସମୟରେ ଏହି ଟିମ୍ ସମସ୍ତ ଆବଶ୍ୟକୀୟ ଜରୁରୀ ଔଷଧ ଓ ଚିକିତ୍ସା ଉପକରଣ ଧରି ଦୀର୍ଘ ୪କିମି ପାହାଡିଆ ରାସ୍ତା, ଜଙ୍ଗଲ ଓ ନଦୀ ପାର ହୋଇ ଏମାନେ ସେହି ଗ୍ରାମରେ ପହଂଚିଥିଲେ। ଉକ୍ତ ଗ୍ରାମରେ ବିଶେଷତଃ ଶିଶୁ ଓ ମହିଳା ମାନେ ସମ୍ପ୍ରତି ଚର୍ମ ରୋଗରେ ପୀଡ଼ିତ ହୋଇଥିବାବେଳେ ତୁରନ୍ତ ଏମାନଙ୍କ ଚିକିତ୍ସା ପ୍ରଦାନ କରାଯାଇଥିଲ |

ଉତ୍କଳ ଆଲୁମିନା ସିଏସଆର ବିଭାଗ ଦ୍ଵାରା ପରିଚାଳିତ ମୋବାଇଲ ସ୍ବାସ୍ଥ୍ୟ ଟିମ୍ ଆକ୍ରାନ୍ତଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ଅନୁଯାୟୀ ଔଷଧ ବିତରଣ କରିଥିଲେ। ଏଥିସହତ ଉକ୍ତ ରୋଗ ବ୍ୟାପିବା ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରିବା ସହିତ ଗ୍ରାମରେ ସ୍ବଚ୍ଛ ପରିବେଶ ବଜାୟ ରଖିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ଉକ୍ତ ମୋବାଇଲ ସ୍ବାସ୍ଥ୍ୟ ଟିମ୍ ସଦସ୍ୟ ଡ଼ା. ଦେବବ୍ରତ ରାଉତଙ୍କ ନେତୃତ୍ବରେ ଗ୍ରାମରେ ପହଞ୍ଚିଥିବାବେଳେ ସହଯୋଗୀ ସନ୍ତୋଷ କୁମାର ସାହୁ, ସୁବାଷ ଝୋଡ଼ିଆ, ମହେନ୍ଦ୍ର ପାଇକ, ଜିତେନ୍ଦ୍ର ନାୟକ ଓ ଫାର୍ମାସିଷ୍ଟ ଚିନ୍ମୟ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ସିଏସଆର ବିଭାଗର କର୍ମକର୍ତ୍ତା ସତ୍ୟଭାମା ନାଏକଙ୍କ ସମେତ ମୋହିନୀ ନାଏକ, ସୁସ୍ମିତା କୋସଲା ଓ ହେମଲତା ପ୍ରମୁଖ ସହଯୋଗ କରିଥିଲେ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *