କନ୍ଧମାଳ ଜିଲ୍ଲା ସାରଙ୍ଗ ଗଡ ଥାନା ପକ୍ଷରୁ ପେଟ୍ରୋଲିଂ ଓ ଯାନବାହାନ ଯାଞ୍ଚ ବେଳେ ୨୪୫ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି | ସେହିପରି ଡ୍ରାଇଭର ଓ ଦୁଇ ମହିଳାଙ୍କ ସମେତ ତିନି ଜଣ ଆସାମୀ ଗିରଫ ହୋଇଛନ୍ତି | ଚଢ଼ାଉ ସମୟରେ ମୋବାଇଲ୍,ଏକ ମିନି ଟ୍ରକକୁ ଜବତ କରିଛି ପୋଲିସ। ଉକ୍ତ ମିନିଟ୍ରକର ଡ୍ରାଇଭର ରାଇକିଆ ଥାନା ଅଞ୍ଚଳର ଭାଲିଆପଦା ଗ୍ରାମର ଉତ୍ତମ ନାୟକର ପୁଅ ଶିବାନ ନାୟକ (୨୭) ସହିତ ମଧ୍ୟପ୍ରଦେଶର ଦୁଇ ମହିଳା କଟନି ଜିଲ୍ଲା ଖିରାହ୍ନି ଥାନା ଅଞ୍ଚଳର ବାରିସ ପାର୍ଦ୍ଧିର ସ୍ତ୍ରୀ ଆରିଷ୍ଣା ପାର୍ଦ୍ଧି (୪୦) ଓ ଦିନ୍ଦୋରି ଜିଲ୍ଲା ଶ୍ରୀପୁରା ଥାନା କଲପରାଦିମ ଗ୍ରାମର ସରମାର ସ୍ତ୍ରୀ ଉଲେଷ୍ଣା ବାଇ (୪୦) କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଉକ୍ତ ସାରଙ୍ଗ ଗଡ଼ ଥାନା ଅନ୍ତର୍ଗତ କୁନ୍ଦାରୀ ନିକଟରେ ଉକ୍ତ ମିନି ଟ୍ରକରେ ଚୋରା ଚାଲାଣ କାରୀ ତିନି ଜଣ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଯାଉଥିବା ବେଳେ ସାରଙ୍ଗ ଗଡ଼ ଥାନା ଏସଆଇ କୃଷ୍ଣ ଚନ୍ଦ୍ର ବେହେରା ଓ ଅନୀଲ କୁମାର ପଲେଇଙ୍କ ସମେତ ଥାନାର ପେଟ୍ରୋଲିଂ ପୋଲିସ ଦଳ ସନ୍ଦେହରେ ଟ୍ରକ ଟିକୁ ଅଟକାଇ ତନଖି କରି ଗଞ୍ଜେଇ ଥିବା ଜାଣି ପାରିଥିଲେ। ପରେ ମାଜିଷ୍ଟ୍ରେଟ ଭାବେ ବାଲିଗୁଡ଼ା ଅତିରିକ୍ତ ଉପ ଜିଲ୍ଲାପାଳ ରୁପକ କୁଜୁରଙ୍କ ଉପସ୍ଥିତିରେ ଉକ୍ତ ୧୦ ଟି ଜରିଅଖାରେ ଥିବା ଗଞ୍ଜେଇ,ମୋବାଇଲ ଓ ଟ୍ରକ ଜବତ କରି ଥାନା କେସ ନଂ ୧୮୯/୨୫ ଅବକାରୀ ଦଫା ଋଜୁ କରିବା ସହିତ ଡ୍ରାଇଭର ସହିତ ଚୋରା ଚାଲାଣକାରୀ ତିନି ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ସୂଚନା ଦେଇଛନ୍ତି ।

