ଚୋରି ହୋଇଯାଇଥିବା ସୁନା ଉଦ୍ଧାର କରି ମାଲିକକୁ ହସ୍ତାନ୍ତର କଲା ପୋଲିସ୍

ଚୋରି ହୋଇଯାଇଥିବା ସୁନା ଉଦ୍ଧାର କରି ମାଲିକକୁ ହସ୍ତାନ୍ତର କଲା ପୋଲିସ୍

Share with people

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ପୁଲିସ କୁ ମିଳିଛି ସଫଳତା। ସୁନା ଅଳଙ୍କାର ଚୋରି ହେବାର ଦୁଇ ମାସ ପରେ ଉଦ୍ଧାର କରି ମଙ୍ଗଳବାର ଅପରାହ୍ନ ସମୟରେ ଫାଣ୍ଡି ପରିସରରେ ପ୍ରକୃତ ମାଲିକ କୁ ହସ୍ତାନ୍ତର କରିଛି ପୁଲିସ। ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ବାଲାନ୍ତର ଗ୍ରାମ ର ସାଗର ମହାରଣା ଙ୍କ ଘରୁ ଗତ ଜୁଲାଇ ମାସ ୭ ତାରିଖ ରାତି ରେ କୌଣସି ଦୁର୍ବୁତ୍ତ ଦୁଇଟି ସୁନା ଚେନ, ତିନୋଟି ସୁନା ମୁଦି ଓ କିଛି ରୁପା ଅଳଙ୍କାର ଚୋରି ହୋଇଥିବା ନେଇ ଭେଜିପୁଟ ଫାଣ୍ଡି ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୫୭୫/୨୦୨୪ ଅନୁଯାୟୀ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର। ଇତି ମଧ୍ୟରେ ପଥରା କଣ୍ଡରାପଡା ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଘରୁ ନଗଦ ଟଙ୍କା ଓ ସୁନା, ରୁପା ଅଳଙ୍କାର ଚୋରି କରିଥିବା ଅଭିଯୋଗ ରେ କହ୍ନେଇପୁର ଛକ ରେ ଜଳଖିଆ ଦୋକାନ କରିଥିବା ରବି ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର। ଗିରଫ ରବି ସାହୁ ବର୍ତ୍ତମାନ ଜେଲ ରେ ଅଛି।ତେବେ ଏହି ଘଟଣା ରେ ସମ୍ପୃକ୍ତ ଥିବା ସନ୍ଦେହ କରି ଫାଣ୍ଡି ଅଧିକାରୀ ଜେଲ ଭିତରେ ରବି ସାହୁ କୁ ଜେରା କରିବା ପରେ ସବୁ କଥା ଜଣାପଡ଼ିଥିଲା।ଜୁଲାଇ ୭ ତାରିଖ ରାତି ରେ ରବି ସାହୁ କେହି ନ ଥିବାର ସୁଯୋଗ ନେଇ ସାଗର ମହାରଣା ଙ୍କ ଘରୁ ସୁନା ଓ ରୁପା ଅଳଙ୍କାର ଚୋରି କରିଥିଲା। ତାପର ଦିନ ଅର୍ଥାତ ଜୁଲାଇ ୮ ତାରିଖ ଦିନ ଚୋରି କରିଥିବା ସୁନା ଅଳଙ୍କାର ନେଇ ବାଲୁଗାଁ ସ୍ଥିତ ମନପୁରମ ଫାଇନାନ୍ସ ଲିମିଟେଡ଼ ରେ ବନ୍ଧକ ରଖି ୪୦ ହଜାର ୨୬ ଟଙ୍କା ଆଣିଥିଲା। ଗିରଫ ରବି ସାହୁ ର ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ରେ ହୋଇଥିବା ବେଳେ ସେ କହ୍ନେଇପୁର ଛକ ରେ ଏକ ଜଳଖିଆ ଦୋକାନ କରିଥିଲେ। ତା ବିରୋଧ ରେ ପୂର୍ଵ ରୁ ଚାନ୍ଦପୁର ଥାନା ରେ ୨୦୨୧ ମସିହା ରେ ଗୋଟିଏ ରବରୀ କେସ ଓ ଗୋଟିଏ ଚୋରି କେସ ରହିଥିବା ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି। ତେବେ ଚୋରି ସୁନା ଅଳଙ୍କାର ର ଅରିଜିନାଲ ବିଲ ଦାଖଲ କରିବା ପରେ ବନ୍ଧକ ଥିବା ମନପୁରମ ଫାଇନାନ୍ସ ଲିମିଟେଡ଼ରୁ ସୁନା ଅଳଙ୍କାର ଆଣି ପ୍ରକୃତ ମାଲିକ କୁ ହସ୍ତାନ୍ତର କରାଯାଇଥିବା ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ସୂଚନା ପ୍ରଦାନ କରିଛନ୍ତି I

(ଗଞ୍ଜାମ ଜିଲ୍ଲାରୁ ଅଜିତ କୁମାର ପଟନାୟକଙ୍କ ରିପୋର୍ଟ)


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *