ମାତ୍ର ୧୮ ବର୍ଷ ବୟସରେ ୪୯୮ ରନ କରି ରଚିଲେ ଇତିହାସ

ମାତ୍ର ୧୮ ବର୍ଷ ବୟସରେ ୪୯୮ ରନ କରି ରଚିଲେ ଇତିହାସ

Share with people

ଦ୍ରୋଣ ୪୯୮ କରିବା ପାଇଁ ପଡ଼ିଆରେ ୩୭୨ ମିନିଟ ସମୟ ଅତିବାହିତ କରିଥିଲେ। ସେ ୩୨୦ଟି ବଲର ସାମ୍ନା କରି ୮୬ଟି ଚୌକା ଓ ୭ଟି ଛକା ମାରିଛନ୍ତି। ସେ ୫୦୦ ରନ ଠାରୁ ମାତ୍ର ୨ ରନ ପଛରେ ଥିବା ବେଳେ ଆଉଟ ହୋଇ ମଧ୍ୟ ଇତିହାସ ରଚିଛନ୍ତି |

ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି ଦ୍ରୋଣ ଦେଶାଇ

ଇତିହାସ ରଚିଛନ୍ତି ୧୮ ବର୍ଷୀୟ କ୍ରିକେଟର ଦ୍ରୋଣ ଦେଶାଇ। ସେ ମଣିନଗରର ଜେଏଲ ଇଂଲିଶ ସ୍କୁଲ ବିପକ୍ଷରେ ମାରିଛନ୍ତି ୪୯୮ ରନ। ଗୁଜରାଟର ଗାନ୍ଧିନଗରରେ ଥିବା ଶିବାୟ କ୍ରିକେଟିଂ କ୍ଲବରେ ଚାଲିଥିବା ଡିୱାନ ବାଲୁଭାଇ କପ(ଅଣ୍ଡର-୧୯)ରେ ସେ ଏପରି ବଡ଼ ଇନିଂସ ଖେଳିଛନ୍ତି। ସେ ୪୯୮ ରନ କରି ଆଉଟ ହେବା ପରେ ୫୦୦ ଠାରୁ ମାତ୍ର ୨ ରନ ପଛରେ ରହି ଯାଇଥିବା ଅନୁଭବ କରିଥିଲେ।

ତେବେ ୧୮ ବର୍ଷ ବୟସରେ ସେ ୪୯୮ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଗୁଜରାଟରେ ଆଜି ଯାଏ ଖେଳା ଯାଇଥିବା ଅନ୍ତଃସ୍କୁଲ କ୍ରିକେଟରେ ସର୍ବାଧିକ ରନ ସ୍କୋରର ହୋଇଯାଇଛନ୍ତି। ସେହିପରି ଭାରତ ପାଇଁ ସେ ତୃତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ଦ୍ରୋଣଙ୍କ ସହ ତୃତୀୟ ସ୍ଥାନରେ ଅରମାନ ଜାଫର ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରଣବ ଧନାୱାଡେ ଓ ପୃଥ୍ୱୀ ଶ’ ଅଛନ୍ତି।

ଦ୍ରୋଣ ୪୯୮ କରିବା ପାଇଁ ପଡ଼ିଆରେ ୩୭୨ ମିନିଟ ସମୟ ଅତିବାହିତ କରିଥିଲେ। ସେ ୩୨୦ଟି ବଲର ସାମ୍ନା କରି ୮୬ଟି ଚୌକା ଓ ୭ଟି ଛକା ମାରିଛନ୍ତି। ସେ ୫୦୦ ଠାରୁ ୨ ରନ ପଛରେ ଥିବା ବେଳେ କରନ ମେଜିୟାତ୍ରଙ୍କ ବଲରେ ଆଉଟ ହୋଇଯାଇଛନ୍ତି।

ଇତିହାସ ରଚିଲେ ଏହି ୧୮ ବର୍ଷୀୟ କ୍ରିକେଟର

ସେ ଗୁଜରାଟରେ ଆଜି ଯାଏ ଖେଳା ଯାଇଥିବା ଅନ୍ତଃସ୍କୁଲ କ୍ରିକଟେରେ ସର୍ବାଧିକ ରନ ସ୍କୋରର ହୋଇଯାଇଛନ୍ତି । ଦ୍ରୋଣଙ୍କ ସହ ତୃତୀୟ ସ୍ଥାନରେ ଅରମାନ ଜାଫର ରହିଛନ୍ତି । ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରଣବ ଧନାୱାଡେ ଓ ପୃଥ୍ୱୀ ଶ’ ଅଛନ୍ତି ।ତେବେ ଏହାକୁ ନେଇ ଦ୍ରୋଣ କହିଛନ୍ତି, ମାତ୍ର ୭ ବର୍ଷରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ମୋ ବାପା ମୋତେ ସବୁବେଳେ କିଛି କରିବାକୁ ଉତ୍ସାହ ଦେଉଥିଲେ । ତେଣୁ ସେଇ ଉତ୍ସାହ ଆଉ ନିଜ ଇଚ୍ଛା ଶକ୍ତି ସହ କଠିନ ପରିଶ୍ରମ ଆଜି ତାଙ୍କୁ ନୂଆ କିର୍ତ୍ତୀ ହାସଲ କରିବାରେ ସହାୟକ ହୋଇ ପାରିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *