ମଧ୍ୟାହ୍ନ ଭୋଜନରେ ପୋଡ଼ା ଭାତ ଦେଖି ଅସନ୍ତୋଷ ଝାଡ଼ିଲେ ଅଭିଭାବକ || MAYURBHANJ NEWS

ମଧ୍ୟାହ୍ନ ଭୋଜନରେ ପୋଡ଼ା ଭାତ ଦେଖି ଅସନ୍ତୋଷ ଝାଡ଼ିଲେ ଅଭିଭାବକ || MAYURBHANJ NEWS

Share with people

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ର ବହଳଦା ବ୍ଲକ୍ ଅନ୍ତର୍ଗତ ଗମହାରିଆ ଗାଁ ର ଗମ୍ଭାରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାଜ୍ୟ ସରକାର ପିଲା ମାନଙ୍କୁ ଉତ୍ତମ ଓ ପୋଷଣ ଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ଦେଇ ସରକାରୀ ବିଦ୍ୟାଳୟ ଗୁଡିକରେ ଟଙ୍କା ପଠାଇ ଥାଆନ୍ତି କିନ୍ତୁ କିଛି ଦୁର୍ନୀତି ଖୋର୍ ଅଫିସର ମାନେ ଖରାପ୍ ମାନର ଅପମିଶ୍ରିତ ଚାଉଳ ବିଦ୍ୟାଳୟ ଗୁଡିକରେ ଯୋଗାଇ ଦେଇ ଥାଆନ୍ତି। ସେହି ଚାଉଳ ଗୁଡ଼ିକ ରୋଷେଇ କଲେ ଭାତ୍ ରେ ବାସ୍ନା ଉଠିବା ସହ ପୋଡ଼ି ଯାଏ। ଆଜି ଗମ୍ଭାରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏହି ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଫଳରେ ସ୍କୁଲରେ କୌଣସି ପିଲା ପେଟ ପୁରା ଭାତ ଖାଇ ନଥିଲେ। ସବୁ ଭାତ ଫଫାଡି ଦେଇ ଥିଲେ। ଏଭଳି ଘଟଣା ଶୁଣି ଅଭିଭାବକ ମାନେ ରାଗିଯାଇ ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ପ୍ରଧାନ ଶିକ୍ଷକ କିନ୍ତୁ ପାଟି ଚୁପ୍ କରି ରଖିଥିଲେ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *