ମଦ ଦୋକାନ ମ୍ୟାନେଜରକୁ ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା || BALASORE NEWS

ମଦ ଦୋକାନ ମ୍ୟାନେଜରକୁ ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା || BALASORE NEWS

Share with people

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ମଦ ଦୋକାନର ମ୍ୟାନେଜର ଦୋକାନ ବନ୍ଦ କରି ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କୁ ଆକ୍ରମଣ କରି 1 ଲକ୍ଷ 30 ହଜାର ଟଙ୍କା ସହିତ ସୁନା ଚେନ ଓ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ l ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଏକ ପଲସର ବାଇକରେ ଆସି ପ୍ରଥମେ ତାଙ୍କ ଗାଡିକୁ ଆଡା ପକାଇଥିଲେ l ପରେ ମଦ ଦୋକାନର ମ୍ୟାନେଜରଙ୍କ ହାତ ଓ ଅଣ୍ଟାକୁ କଟୁରୀରେ ଆକ୍ରମଣ କରିଥିଲେ l ପରେ ତାଙ୍କ ଠାରୁ ଟଙ୍କା ଓ ସୁନା ନେଇ ଫେରାର ହୋଇଯାଇଥିଲେ l ଭୟରେ ସେ ସେଠାରୁ ଦୌଡ଼ି ପଳାଇଯାଇଥିଲେ l ସ୍ଥାନୀୟଲୋକେ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି l ଯୁବକ ଜଣକ ହେଉଛନ୍ତି ଓଳିହାପଟଣା ଗାଁର ପୁନେଶ୍ୱର କୁମାର l ଖନ୍ତାପଡ଼ା ପୋଲିସ ଘଟଣାର ତଦନ୍ତ ଜାରିରଖିଛି  |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *