ସ୍କୁଟି ଓ ହାଇବା ମଧ୍ଯରେ ମୁହାଁମୁହିଁ ଧକ୍କା; ଜଣେ ମୃତ,ଦୁଇ ଗୁରୁତର

ସ୍କୁଟି ଓ ହାଇବା ମଧ୍ଯରେ ମୁହାଁମୁହିଁ ଧକ୍କା; ଜଣେ ମୃତ,ଦୁଇ ଗୁରୁତର

Share with people

ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଛେଙ୍ଗାପାହାଡ ଗୁମ୍ଫାର ପ୍ରବେଶ ରାସ୍ତା ନିକଟରେ ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଦଶଚକିଆ ହାଇବା ଗାଡି ସହିତ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ସୁଖାଡିହି ଗ୍ରାମର ଆଲୋକ ଧୃଆ(୨୫),ଗଜନଯୋର ଗ୍ରାମର ଯୌତି ସତନାମି(୨୦) ଓ ନିଖିଲ ଏକ୍କା ଏକ ସ୍କୁଟି( ଓଡି ୨୩ ଆର ୬୬୧୬) ଯୋଗେ ଛେଙ୍ଗାପାହାଡ ଠାରୁ ବାହାରି ହେମଗିର ପଟେ ଯାଉଛି ଥିବା ସମୟରେ ବସୁନ୍ଧରା ପଟୁ ଆସୁଥିବା ଏକ ହାଇବା ଗାଡି ( ଓଡି ୧୬ ଏଫ ୧୨୬୯ ) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ସ୍କୁଟିରେ ଥିବା ତିନି ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ହେମଗିର ପୋଲସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇ ଆଣିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଲୋକଙ୍କ ମୃତ୍ୟୁ ହୋଇଥିଲାଭ । ଅନ୍ୟ ଦୁଇ ଜଣଙ୍କୁ ମଧ୍ଯରୁ ଯୌତିଙ୍କୁ ଅଧିକ ଚିକିତ୍ସା ପାଇ ସୁନ୍ଦରଗଡ ମୁଖ୍ଯ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ନିଖିଳଙ୍କୁ ହେମଗିର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଚିକିତ୍ସା କରାଯାଉଛି । ଏନେଇ ହେମଗିର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *