ଭୟଙ୍କର କାର ଦୁର୍ଘଟଣାରେ RIଙ୍କ ଗଲା ଜୀବନ ଅନ୍ୟ ୬ଜଣ ଗୁରୁତର || KONARK NEWS

ଭୟଙ୍କର କାର ଦୁର୍ଘଟଣାରେ RIଙ୍କ ଗଲା ଜୀବନ ଅନ୍ୟ ୬ଜଣ ଗୁରୁତର || KONARK NEWS

Share with people

KONARK NEWS -: ବ୍ରହ୍ମପୁରରୁ ମା ତାରାତାରିଣୀ ଦର୍ଶନ କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ରେଭେନ୍ୟୁ ଇନ୍ସପେକ୍ଟର ଥିବା ଜଣାପଡିଛି । ସୂଚନା ଯେ, ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ RI ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ମିଲୁ ସେଠୀଙ୍କ ପରିବାର ମା ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ । ସେଠାରୁ ସେମାନେ ନିଜ କାରରେ ଫେରୁଥିବା ବେଳେ ବଅଁରପାଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ଯାଇଥିଲା । ଯାହା ଫଳରେ କାରରେ ଥିବା ମିଲୁ ସେଠୀ, ତାଙ୍କ ସ୍ତ୍ରୀ ସୁଜାତା ସେଠୀ, ମନୁ ସେଠୀ, ସ୍ୱସ୍ତିକ ସେଠୀ , ମୃତ୍ୟୁଞ୍ଜୟଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ ଓ ୩ ମାସର ଛୋଟ ଝିଅ ଗୁରୁତର ହୋଇଥିଲେ । ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ସମସ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ପରେ ସେମାନଙ୍କ ମଧ୍ୟରୁ ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ମୃତ୍ୟୁଞ୍ଜୟ ଖିଣ୍ଡାରେ R. I. ଭାବେ କାମ କରୁଥିବା ବେଳେ ମିଲୁ ସେଠୀ ପରଙ୍ଗରେ R. I. ଭାବେ କାମ କରନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *