କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଂଚାୟତ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଭାସି ଯାଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ l ଭୋଜି କରିବାକୁ ଆସି କାଳିପେନୁ ନଦୀ ରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି l ନିଖୋଜ ଛାତ୍ର ଜଣକ ରାଇକିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଅଭ୍ରାଂଶୁ ଶେଖର ପ୍ରଧାନ ବୋଲି ଜଣା ପଡିଛି l ନିଖୋଜ ଛାତ୍ରଙ୍କ ଘର ରାଇକିଆ ବଡାପାଟା ଅଂଚଳ ର ବୋଲି ସୂଚନା ମିଳିଛି l
ତେବେ ରାଇକିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶ ଜଣ ଛାତ୍ର ରବିବାର ଛୁଟିରେ ଭୋଜି କରିବାକୁ ବାଦୁବାଡି କାଳିପେନୁ ନଦୀକୁ ଆସିଥିଲେ l ଚିକେନ ତରକାରୀ ରାନ୍ଧିବା ପାଇଁ ପାଣି ଆଣିବାକୁ ଦୁଇ ଜଣ ଛାତ୍ର ନଦୀକୁ ଯାଇଥିବା ବେଳେ ଜଣେ ଛାତ୍ରଙ୍କ ଗୋଡ଼ ଖସି ନଦୀ ରେ ଭାସି ନିଖୋଜ ହୋଇଛନ୍ତି l ତେବେ ସାଙ୍ଗରେ ଥିବା ଅନ୍ୟ ଛାତ୍ର ଜଣକ ନିଖୋଜ ଛାତ୍ର ଅଭ୍ରାଂଶୁଙ୍କୁ ବଂଚେଇବା ପାଇଁ ପ୍ରୟାସ କରିଥିଲେ ବି ଉଦ୍ଧାର କରିବାରେ ବିଫଳ ହୋଇଥିଲେ l ତେବେ ନିଖୋଜ ଛାତ୍ରଙ୍କ ବର୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସନ୍ଧାନ ଚଳାଇଛି l

Posted inBlog
