ଭୋଗ୍ରାକଚ୍ଛାର ଠାରେ ଗଛ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ ||

ଭୋଗ୍ରାକଚ୍ଛାର ଠାରେ ଗଛ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ ||

Share with people

ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଏବେ ଖଣି ଖାଦାନରେ ପରିପୂର୍ଣ ହୋଇଛି । ପ୍ରଚୁର ପରିମାଣରେ ଖଣିଜ ସମ୍ପଦ (କୋଇଲା) ରହିଥିବା ବେଳେ ଅନେକ କମ୍ପାନୀ ହେମଗିର ଅଞ୍ଚଳରେ ଖଣିଖନନ କରିବା ପାଇ ଜମି ଅଧିଗ୍ରହଣ କରି କୋଇଲା ବ୍ୟବସାୟ କରିବାକୁ ପ୍ରୟାସ କରୁଛନ୍ତି । ତେବେ ଘୋଘରପାଲି ଖୋଲାମୁହଁ କୋଇଲା ଖଣି ପାଇଁ ଜଙ୍ଗଲ ଜମି ଏବଂ ଗଛର ସର୍ଭେ କରୁଥିବା ଏକ ଘରୋଇ ସର୍ବେକ୍ଷଣ ସଂସ୍ଥାକୁ ବିରୋଧକରି ଭୋଗ୍ରାକଚ୍ଛାର ଗ୍ରାମବାସୀ ଫେରାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବେଦାନ୍ତ ଅଧିଗୃହୀତ ଘୋଘରପାଲି ଖଣି ଅଞ୍ଚଳର ଜଙ୍ଗଲ ଜମି ଓ ଗଛର ସର୍ଭେ ପାଇଁ ଜିଓ କଲସଲଟେଣ୍ଟ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଘରୋଇ ସର୍ବେକ୍ଷଣ ସଂସ୍ଥା ନିୟୋଜିତ ଅଛି ଆଜି ସକାଳୁ ଉକ୍ତ ସଂସ୍ଥାର କର୍ମଚାରୀମାନେ ଭୋଗ୍ରାକଚ୍ଛାର ଜଙ୍ଗଲରେ ସର୍ଭେ କରୁଥିବାବେଳେ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ଗ୍ରାମବାସୀଙ୍କ ଅନୁମତି ବିନା ବେଆଇନ ଭାବେ ଜଙ୍ଗଲକୁ ପଶି ତଥା କୌଣସି ସରକାରୀ କର୍ମଚାରୀଙ୍କ ଅନୁପସ୍ଥିତିରେ ସର୍ଭେ କରୁଥିବାରୁ ସର୍ଭେ କରୁଥିବା କର୍ମଚାରୀଙ୍କୁ ଫେରାଇ ଦେଇଥିଲେ। ଉକ୍ତ ସର୍ବେକ୍ଷଣ ସଂସ୍ଥାକୁ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କ ପତ୍ର ସଂଖ୍ୟା ୬୭, ତାରିଖ ୪.୧୧.୨୦୨୪ ଜଙ୍ଗଲ ସର୍ଭେ ପାଇଁ ଅନୁମତି ରହିଛି ମାତ୍ର ସେମାନେ ଗ୍ରାମବାସୀଙ୍କ ବିନା ଅନୁମତିରେ ଏବଂ ସାଙ୍ଗରେ କୌଣସି ସରକାରୀ କର୍ମଚାରୀଙ୍କୁନ ଆଣି ସର୍ଭେ କରୁଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *