ଭିନ୍ନକ୍ଷମ ଯୁବତୀଙ୍କୁ ଗର୍ଭବତୀ କରି ମାରିଦେବାକୁ ଲଗାଇଲେ ନିଆଁ

ଭିନ୍ନକ୍ଷମ ଯୁବତୀଙ୍କୁ ଗର୍ଭବତୀ କରି ମାରିଦେବାକୁ ଲଗାଇଲେ ନିଆଁ

Share with people

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସନ୍ତପଡା ଗାଁରେ ଦେଖିବାକୁ ମିଳିଛି ସ୍ପର୍ଶକତାର ଘଟଣା । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ କରି ଗର୍ଭବତୀ ପରେ ଘର ଭିତରେ ନିଆଁ ଲଗେଇ ଜାଳିଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହା ଅଭିଯୋଗ କରିଛନ୍ତି ଭିନ୍ନକ୍ଷମ ଯୁବତୀ ଜଣଙ୍କ, ଏପରିକି ସେ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଜଣାପଡିଛି। ସେପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଆଜକୁ ପ୍ରାୟ ୨୦ ଦିନ ହେବ ଭିନ୍ନକ୍ଷମ ଯୁବତୀ ଜଣଙ୍କ ବସନ୍ତପଡା ଗାଁର ସୁବ୍ରତ ସାହୁଙ୍କ ଘର ବାରଣ୍ଡାରେ ସ୍ତ୍ରୀର ମାନ୍ୟତା ପାଇଁ ବସି ରହିଛନ୍ତି। ସେ ସୁବ୍ରତଙ୍କୁ ପ୍ରେମ ବିବାହ କରିଥିବା ସହ ଗର୍ଭବତୀ ଥିବା ପ୍ରକାଶ କରିଛନ୍ତି। ତେବେ ଜାତିଆଣ କାରଣରୁ ଯୁବତୀଙ୍କୁ ସୁବ୍ରତ ପ୍ରତାରଣା କରିଥିବା ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଘଟଣାକୁ ଗୁରୁତରର ସହିତ ନେଇ ପୋଲିସ ପୂର୍ବରୁ ଏକ ମାମଲା ରୁଜୁ କରିବା ସହିତ ଭିନ୍ନକ୍ଷମ ଯୁବତୀ ଜଣଙ୍କୁ ଢେଙ୍କାନାଳ ସଖୀ କେନ୍ଦ୍ରରେ ରଖିଥିଲେ। ମାତ୍ର ସେଠାରେ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଉ ସେଇଠୁ ଆରମ୍ଭ ହୋଇଥିଲା ପ୍ରେମିକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା। ପ୍ରେମିକ ଘର ଭିତରେ ଧାରଣାରେ ବସିଥିଲା ପ୍ରେମିକା। ତେବେ ଗତ କାଲି ଭୋର ପ୍ରାୟ ୪ଟା ସମୟରେ ଭିନ୍ନକ୍ଷମ ଯୁବତୀ ଜଣଙ୍କ ରହୁଥିବା ଘରେ କେହି ନିଆଁ ଲଗେଇ ଦେଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଥିଲା। ଏବଂ ଯୁବତୀ ଜଣଙ୍କ ଆହତ ହୋଇଥିଲେ।ସେପଟେ ସୁବ୍ରତଙ୍କ ପରିବାର ଲୋକେ କେହି ଘରେ ରହୁନଥିବା ଜଣାପଡିଛି। ତୁରନ୍ତ ଭିନ୍ନକ୍ଷମ ଯୁବତୀ ଜଣଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ ପୋଲିସ ଘଟଣାଟିକୁ ଗୁରୁତରର ସହିତ ନେଇ ଆରମ୍ଭ କରିଛି ତଦନ୍ତ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *