ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

Share with people

ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ସ୍ଥିତ ବିଲେଇମୁଣ୍ଡା ଗ୍ରାମରେ ଏକ ନୂତନ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ‘ଭିଇଦକ୍ଷତା’ ପ୍ରତିଷ୍ଠା କରାଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଏହି ଅଞ୍ଚଳର ଗରିବ ଯୁବକମାନଙ୍କୁ ନିଯୁକ୍ତି ସହ ଜଡିତ ତାଲିମ ପ୍ରଦାନ କରାଯିବ ଏବଂ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ ଓ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଆଶାୟୀ ଯୁବକଯୁବତୀଙ୍କୁ ସେବା ଯୋଗାଇ ଦିଆଯିବ ।

ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ସ୍ଥିତ ବିଲେଇମୁଣ୍ଡା ଗ୍ରାମରେ ଏକ ନୂତନ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ‘ଭିଇଦକ୍ଷତା’ ପ୍ରତିଷ୍ଠା କରାଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଏହି ଅଞ୍ଚଳର ଗରିବ ଯୁବକମାନଙ୍କୁ ନିଯୁକ୍ତି ସହ ଜଡିତ ତାଲିମ ପ୍ରଦାନ କରାଯିବ ଏବଂ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ ଓ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଆଶାୟୀ ଯୁବକଯୁବତୀଙ୍କୁ ସେବା ଯୋଗାଇ ଦିଆଯିବ । ହେମଗିର ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବିଜିଏସ୍ଏସ୍ ସଭାପତି ଗୋପାଳ ପଧାନ, ମୁଣ୍ଡେଲଖେତ ସରପଞ୍ଚ ସନ୍ୟାସୀ ବାଗ ଓ ଗର୍ଜନଜୋର ସରପଞ୍ଚ ସୁନନ୍ଦା କାଲୋଙ୍କ ସମେତ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥୀ ସରାବୁ ଏହି ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ଼ ବେଦାନ୍ତ ଆଲୁମିନିୟମ ସ୍କୁଲନେଟ୍ ଇଣ୍ଡିଆ ଲିମିଟେଡ୍ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ ଏସ୍ ଡିସି)ର ମିଳିତ ଉଦ୍ୟୋଗ ଲର୍ଣ୍ଣନେଟ୍ ସ୍କିଲ୍ସ ଲିମିଟେଡ୍ ସହ ଭାଗିଦାରୀ କରିଛି । ଏହି କେନ୍ଦ୍ରରେ ସିଲେଇ ତାଲିମ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ଓ ପାନୀୟ ସେବା ଉପରେ ପାଠ୍ୟକ୍ରମ ପ୍ରଦାନ କରାଯାଏ । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଗାମୀ ତିନି ବର୍ଷ ମଧ୍ୟରେ ୭୦୦ ଗ୍ରାମୀଣ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍ ପାଇଁ ୧୦୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ‘ଭିଇଦକ୍ଷତା ପ୍ରତି ସ୍ଥାନୟୀ ଲୋକେ ଆଗ୍ରହ ଦେଖାଇଛନ୍ତି । ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରରେ ଉନ୍ନତ ଭିତ୍ତିଭୂମି ରହିଛି, ଯେଉଁଥିରେ ଏକ ବହୁମୁଖୀ ହଲ୍, ଏକ ଡିଜିଟାଲ୍ ପ୍ରଶିକ୍ଷଣ କକ୍ଷ, ବିଭିନ୍ନ ବ୍ୟବସାୟ ପାଇଁ ପ୍ରଶିକ୍ଷଣ କକ୍ଷ ଏବଂ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା ରହିଛି ।

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଯୁବବର୍ଗଙ୍କୁ ଦକ୍ଷ କରିବା ସହିତ ଏହି ଅଞ୍ଚଳର ସାମାଜିକ- ଅର୍ଥନୈତିକ ଢାଞ୍ଚାର ଉନ୍ନତି ପାଇଁ ଆମର ଲକ୍ଷ୍ୟର କେନ୍ଦ୍ରବିନ୍ଦୁ । ବେଦାନ୍ତ ଆଲୁମିନିୟମର କୋଇଲା ଖଣିର ସିଓଓ କଂସଜିତ ଭାଉମିକ କହିଛନ୍ତି, ‘ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ ବେଦାନ୍ତର ଲକ୍ଷ୍ୟଭିଭିକ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଆତ୍ମର୍ନିଭରଶୀଳ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି । କମ୍ପାନୀର ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦଶରଥୀ ସରାବୁ କହିଛନ୍ତି, ‘ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଏହି ଅଞ୍ଚଳ ପାଇଁ ଏକ ପରିବର୍ତନମୂଳକ ପଦକ୍ଷେପ । ଏହି ପଦକ୍ଷେପ କେବଳ ଯୁବବର୍ଗଙ୍କ ଉନ୍ନତି ନୁହେଁ ବରଂ ଜିଲ୍ଲାର ଅର୍ଥନୈତିକ ଉନ୍ନତିକୁ ମଧ୍ୟ ପ୍ରୋତ୍ସାହିତ କରୁଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *