ଛତୁ ଖୋଜି ଯିବା ହେଲା କାଳ, ଭାଲୁ ଆକ୍ରମଣରେ ଗଛକୁ ଚଢ଼ି ଯାଇ ଥିଲେ। ଗଛରୁ ଖସି ପଡି ଜଣେ ମୃତ ।
ଜଙ୍ଗଲ ଭିତରେ ଗଛରୁ ପଡ଼ି ଜଣଙ୍କର ମୃତ୍ୟୁ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଚାରମାଳ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗାଁ ରେ ଅଭାବନୀୟ ଘଟଣା ଘଟିଚି । ଗାଁ ର ମିତ୍ର ଶବର ଓ ପତ୍ନୀ ମିଶି ଦୁହେଁ ପାଖ ଗାଁ ର ଜଣଙ୍କ ବିଲକୁ ଘାସ ବାଛିବା ପାଇଁ ଆସିଥିଲେ ପତ୍ନୀ ଘାସ ଓପାଡି ଥିଲେ ମିତ୍ର ଶବର ଛତି ଗୋଟାଇବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ହେବା ପର୍ଯ୍ୟନ୍ତ ଆଉ ସେ ଘରକୁ ଫେରିନ ଥିଲେ । ପରିବାର ଲୋକେ ରାତିରେ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନ ଥିଲେ ।ଶୁକ୍ରବାର ଦିନ ସକାଳୁ ଗାଁ ର କିଛିଲୋକ ମିତ୍ର ଶବର ଙ୍କ ମୃତ ଦେହ ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଲୋକଙ୍କ ଠୁ ଯାହା ଶୁଣିବାକୁ ମିଳିଛି ଯେ ଗତ ୨ଦିନ ପୂର୍ବରୁ ପାଖ ଗାଁର ଜଣଙ୍କୁ ଜଙ୍ଗଲୀ ଭାଲୁ ଆକ୍ରମଣ କରି ଆଘାତ କରିଥିଲା । ଯାହା କି ଜଙ୍ଗଲୀ ଭାଲୁ ଭୟରେ ମିତ୍ର ଶବର ଗଛ ଉପରକୁ ଚଢ଼ି ଯାଇ ଥିବା ଓ ଗଛ ଉପରୁ ତଳକୁ ପଡି ଯାଇ ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମିତ୍ର ଶବରଙ୍କ ଗାମୁଛା ପାଖାପାଖୂ ୩୫ ଫୁଟ ଗଛ ଉପରେ ଥିବା ଡାଳରେ ଅଟକି ରହିଥିବା ଦେଖିବାକୁ ମିଳିଛି । ଏପରିକି ଗଛର ତାଳ ମଧ୍ୟ ଭାଙ୍ଗି ପଡ଼ି ରହିଥିବା ଦେଖିବାକୁ ମିଳିଛି । ପ୍ରଥମେ ଗାଁ ଲୋକେ ମୃତ ଦେହ ପଢି ଥିବା ଦେଖିବା ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇ ଥିଲେ ।ପରିବାର ଲୋକେ ସାଙ୍ଗେ ସାଙ୍ଗେ ଚାରମାଳ ଥାନାକୁ ଜଣାଇ ଥିଲେ। ଚାରମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

