ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବିରିଘାଟ ପଞ୍ଚାୟତ ଗଦାପଦର ପଡ଼ା ପର୍ଶୁରାମ କଟା ଭାଲୁ ଆକ୍ରମଣରେ ରକ୍ତାକ୍ତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି I
ଗୋଡ଼ାଇ ଗୋଡ଼ାଇ କ୍ଷତାକ୍ତ କଲା ଭାଲୁ :
ଭାଲୁ ଆକ୍ରମଣରେ ରକ୍ତାକ୍ତ ହୋଇ ଜଣେ ଗୁରୁତର ଆହତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବିରିଘାଟ ପଞ୍ଚାୟତ ଗଦାପଦର ପଡ଼ା ପର୍ଶୁରାମ କଟା ସକାଳେ ନିକଟସ୍ଥ ଜମି ପଟେ ଯାଇଥିଲେ, ସେଠାରେ ଦୁଇଟି ଭାଲୁ ଦୌଡାଇ ଥିଲେ ଓ ଗୋଟିଏ ଭାଲୁ ଆକ୍ରମଣ କରିଥିଲା । ଡାହାଣ ଗୋଡ଼ର ଜଙ୍ଘ, ପାଦ ଓ ବିଭିନ୍ନ ସ୍ଥାନ ରେ ଆଘାତ କରିଛି ଭାଲୁ । ନୂଆପଡ଼ା ଜିଲ୍ଲା ବନ ସୁରକ୍ଷା କମିଟି ସଭାପତି ଲାଲ ଖାନ ଖବର ପାଇ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚାଇ ଥିଲେ । ପ୍ରାରମ୍ଭିକ ଚିକିତ୍ସା କରି ଉକ୍ତ ହସ୍ପିଟାଲରେ ଭାଲୁ କାମୁଡା ଇଞ୍ଜେକସନ ନଥିବାରୁ ସରକାରୀ 108 ଆମ୍ବୁଲାନ୍ସ ଗାଡ଼ିକୁ ଡାକି ପରେ ପର୍ଶୁରାମ କଟା ଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।
