କାନପୁର: ଭାରତ ଓ ବାଂଲାଦେଶ ଅନ୍ତିମ ଟେଷ୍ଟ ଗ୍ରୀନ୍ ପାର୍କ କାନପୁରରେ ଖେଳାଯାଉଛି । ବର୍ଷା ଯୋଗୁଁ ଗ୍ରୀନ୍ ପାର୍କରେ ବିଳମ୍ବରେ ଟସ୍ ପାଇଁ ବିଳମ୍ବ ହୋଇଥିଲା, ତେବେ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଟିମ୍ ଇଣ୍ଡିଆ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ସହଜରେ ଜିତି ନେଇଛି । ୨୮୦ ରନରେ ବାଂଲାଦେଶ ପରାସ୍ତ ହୋଇଥିଲା । ଉକ୍ତ ମ୍ୟାଚରେ ରବିଚନ୍ଦ୍ରନ୍ ଅଶ୍ବିନ ଅଲରାଉଣ୍ଡର ପ୍ରଦର୍ଶନ ଦେଖାଇଥିଲେ । ଦ୍ବିତୀୟ ବା ଅନ୍ତିମ ଟେଷ୍ଟକୁ ଜିତି ରୋହିତ୍ ବାହିନୀ ସିରିଜ୍ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି । ସେପଟେ ଭ୍ରମଣକାରୀ ବାଂଲାଦେଶ ମଧ୍ୟ ସିରିଜ୍ ବରାବର କରିବକୁ ଚେଷ୍ଟା କରିବ ।
Ind vs Ban playing 11

ଭାରତ:ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମରା, ଆକାଶ ଦୀପ୍ ମହମ୍ମଦ ସିରାଜ
ବାଂଲାଦେଶ :ନଜମୁଲ ହୋସେନ ଶାନ୍ତୋ(ଅଧିନାୟକ),ଦମନ ଇସଲାମ, ମୋମିନୁଲ ହକ୍, ଜାକିର ହାସାନ, ଲିଟନ ଦାସ,ମୁସଫିକର ରହିମ, ସାକିବ ଅଲ୍ ହାସନ, ମେହଦି ହାସାନ ମିରାଜ, ତାଇଜୁଲ୍ ଇସଲାମ, ଖାଲିଦ ଅହମ୍ମଦ, ହାସାନ ମାହମୁଦ