ଅବହେଳିତ ଅବସ୍ଥା ରେ ୫୯ ବର୍ଷ ର ପୁରୁଣା ବିଦ୍ୟାଳୟ l ଗଛ ତଳେ ଚାଲିଛି ଭବିଷ୍ୟତ ଗଢ଼ା l ସ୍କୁଲ ଗୃହ କାନ୍ଥ ଫାଟି ଆଁ କଲାଣି l ସାମାନ୍ୟ ବର୍ଷା ହେଲେ ଛାତରୁ ଝରୁଛି ପାଣି l ଭଙ୍ଗା ଝରକା ଯୋଗୁ ଶ୍ରେଣୀ କୋଠରୀକୁ ପ୍ରବେଶ କରୁଛନ୍ତି ସରୀସୃପ l ଭଙ୍ଗା ଶ୍ରେଣୀ ଗୃହ ଯୋଗୁ ଶେଷରେ ଗଛ ମୂଳେ ଚାଲିଛି ପାଠ ପଢା l ଅବହେଳିତ ଅବସ୍ଥା ରେ ୫୯ ବର୍ଷ ର ପୁରୁଣା ବିଦ୍ୟାଳୟ l ଶ୍ରେଣୀ ଗୃହକାନ୍ଥ ଫାଟି ଆଁ କରିଛି l ଅଫିସ ଗୃହ କଥା ନ କହିବା ଭଲ l ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଘିକୁଣ୍ଡି ପଂଚାୟତର ତୁଣ୍ଡମାଳ ପ୍ରାଥମିକ ବିଦ୍ୟାଳୟର ଚିତ୍ର l ୧୯୬୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଦୁଇଟି ଭଙ୍ଗା ଦଦରା ଶ୍ରେଣୀ ଗୃହ ରହିଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ଓ ୨୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି l ଶିକ୍ଷକ ସଂଖ୍ୟା ୨ ରହିଛି l ତେବେ ଆଜି ଜରାଜୀନ୍ନ ଅବସ୍ଥା ଆଡ଼କୁ ଗତି କରୁଛି ଏହି ବିଦ୍ୟାଳୟ l ସାମାନ୍ୟ ବର୍ଷାରେ ଛାତରୁ ପାଣି ଝରେ l ଭଙ୍ଗା ଝରକା ଯୋଗୁ କ୍ଲାସରୁମକୁ ସାପ, ବେଙ୍ଗ ପରି ସରୀସୃପ ପଶି ଆସି କାନ୍ଥ ଫାଟ ଫାଙ୍କରେ ଆଶ୍ରୟ ନେଉଛନ୍ତି l ଭୟଭିତ ଭାବେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ l ତେବେ ନୂତନ ଶ୍ରେଣୀ ଗୃହ କୋଠା ଯଦି ସରକାର ଦିଅନ୍ତେ ଭଲଭାବେ ପାଠ ପଢନ୍ତେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ l

