ସୁରଭି ହସିଲେ ଦେଶ ହସିବ; ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2023

ସୁରଭି ହସିଲେ ଦେଶ ହସିବ; ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2023

Share with people

ଶିଶୁ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ସୁରଭି କାର୍ଯ୍ୟକ୍ରମ ଦ୍ବାରା ସାସ୍କୃତିକ, ବୌଦ୍ଧିକ, ମାନସିକ ଜ୍ଞାନର ବିକାଶ ନିମନ୍ତେ ସରକାରଙ୍କ ସୁରଭି କାର୍ଯ୍ୟ କ୍ରମ ମାଧ୍ୟମରେ ଅଭିନବ ପ୍ରୟାସ । ଈଶ୍ୱର ଚନ୍ଦ୍ର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖେରୁଣା ନିକଟରେ ବିଓ ମଂଗଲ ଚରଣ ସିଂ ,ଓ ଏ ବି ଓ ସୁମନ୍ତ କୁମାର ନାଏକଙ୍କ ନେତୃତ୍ବରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏଥିରେ ତର୍କ, ରଚନା, ପ୍ରବନ୍ଧ, ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ହସ୍ତାକ୍ଷର ଆଦି ପ୍ରତିଯୋଗିତା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାରସକଣା ଅତିରିକ୍ତ ତହସିଲଦାର ସଦାନନ୍ଦ ଦଲକୀ ଯୋଗ ଦେଇଥିଲେ । ଭକ୍ତ ପ୍ରତିଯୋଗିତାକୁ ଶିକ୍ଷକ ମୋହନଲାଲ ମୁର୍ମୁ ,ହରମୋନ ଆରନ,ରଜତ କୁମାର ସାହୁ,ବିଜୟ କୁମାର ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ୧୬ଟି କ୍ଲୋସ୍ଟରରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାରସକଣା ଅତିରିକ୍ତ ତହସିଲଦାର ରଜତ କୁମାର ଦଲକୀ,ଗୋଷ୍ଠୀ ଶିକ୍ଷା ଅଧିକାରି ମଂଗଲ ଚରଣ ସିଂ,ଏ ବିଓ ସୁମନ୍ତ କୁମାର ନାଏକ ପୁରସ୍କାର ବିତରଣ କରିଥିଲେ । ତେବେ ଦୁଃଖ ଓ ପରିତାପର ବିଷୟ ୧୬ଗୋଟି କ୍ଲୋସ୍ଟରରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବସିବା ପାଇଁ ଚେୟାର କିମ୍ବା କୌଣସି ସୁବିଧା ନ ଥିବାରୁ କିଏ ଗଛମୂଳରେ ତୋ କିଏ ସ୍କୁଲ ପିଣ୍ଡାରେ ବସିଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥିଲେ ।

[ ରିପୋର୍ଟ- ତପନ କୁମାର ଦଣ୍ଡପାଟ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *