
ତାଳଚେର ତଥା ସମଗ୍ର ଜିଲ୍ଲାର ଯୁବପିଢ଼ି ମାନଙ୍କୁ କାଉଲ ବାଉଲୁ କରୁଛି ବ୍ରାଉନ ସୁଗାର । ବ୍ରାଉନ ସୁଗାର ଖାଇ ଯୁବ ପିଢ଼ି ପ୍ରଥଭ୍ରଷ୍ଟ ହେବା ସହ ବିଭିନ୍ନ ସମୟରେ ବଡ଼ ବଡ଼ କ୍ରାଇମ କରିଥାନ୍ତି ଏପରି ଅନେକ ଉଦାହରଣ ରହିଛି । ବ୍ରାଉନ ସୁଗାର ବିକ୍ରି କରି କିଛି ଲୋକ ରାତାରାତି ମଲେମାଲ ହେବା ଚକରରେ ଏହି ବେପାର ସହ ଜଡିତ ହେଉଛନ୍ତି । ସେପଟେ ପୋଲିସର ବ୍ରାଉନ ସୁଗାର ବେପାର କରୁଥିବା ବେପାରୀ ମାନଙ୍କ ଉପରେ ରହିଛି ତୀକ୍ଷ୍ଣ ନଜର । ଗତକାଲି ତାଳଚେର କୋଲିୟରୀ ପୋଲିସ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ତାଳଚେର ଅଞ୍ଚଳରେ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରି ଥିବା ସମୟରେ ଘଣ୍ଟପଡା ଗ୍ରାମର ଅପିନ ଦାସଙ୍କ ଠାରୁ ପ୍ରାୟ ସାତ ଗ୍ରାମ ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିଛନ୍ତି , ବ୍ରାଉନ ସୁଗାର ସହିତ କିଛି ନଗଦ ଟଙ୍କା ,ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି ଓ ଆସାମୀ କୁ କୋର୍ଟ ଚାଲାଣ କରିଛି । ଏଥିରେ ଆଉ କିଏ କିଏ ଅଛନ୍ତି ସେ ବିଷୟରେ ତଦନ୍ତ ଜାରି ରହିଛି ବୋଲି କୋଲିୟରୀ ଥାନା ଅଧିକାରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

