
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାସନବାଡ଼ ଅଂଚଳରେ ଏକ ଭଡ଼ା ଘରୁ ମିଳିଛି ଏକ କ୍ୱିଣ୍ଟାଲ ଗଂଜେଇ । SDPO ମାନସ ଦେଓଙ୍କ ନେତୃତ୍ୱରେ ବୁଧବାର ବିଳମ୍ବିତ ରାତି ସମୟରେ ଏକ କାଳୀନ ୪ ଟିମ ଚଢ଼ାଉ କରି ଜଣେ ଯୁବକଙ୍କ ଘରୁ ଆନୁମାନିକ ମୂଲ୍ୟ ୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ କରିଛି।ସୂଚନା ଅନୁଯାଇ ବୁଧବାର ବିଳମ୍ବିତ ରାତିରେ ଜଳେଶ୍ୱର ଶାସନବାଡ଼ ଅଞ୍ଚଳରେ ଉଭୟ ଜଳେଶ୍ୱର ତହସିଲଦାର ଗୌରାଙ୍ଗ ଚରଣ ଘୋଷ ଓ ଜଳେଶ୍ୱର SDPO ମାନସ ଦେଓ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ୪ ଜଣିଆ ଟିମ ଗଠନ କରି ଉକ୍ତ ଯୁବକଙ୍କ ଘରକୁ ଚାରି ପଟେ ଘେରି ଯାଇ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଏକ କୁଇଣ୍ଟାଲ ୩ କେଜି ୭୨୦ ଗ୍ରାମ ଓଜନର ଗଞ୍ଚେଇ ଜବତ କରାଯାଇଥିଲା । ଜାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କୁ ଫେରାର ଅଛି । ପୋଲିସ ଉକ୍ତ ଯୁବକକୁ କାବୁ କରିବ ବୋଲି ଖବର ଦାତା ସମ୍ମିଳନୀ ରେ ସୂଚନା ଦେଲେ ବାଲେଶ୍ବର ଏସପି ରାଜ ପ୍ରସାଦ ଏହି ||