ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ କେଶପୂର ବାଜର ଉପରେ ଫୁଟିଲା ବୋମା

ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ କେଶପୂର ବାଜର ଉପରେ ଫୁଟିଲା ବୋମା

Share with people

ଖଲିକୋଟ ଥାନା ଅନ୍ତର୍ଗତ କେଶପୁର ବଜାର ଉପରେ ଥିବା ଏକ ମାର୍ବଲ ଦୋକାନ ଉପରେ ବୋମାମାଡ ହୋଇଥିବା ଦେଖିବାକୁ ମିଳିଛି I ପୂର୍ବ ରାଜନୈତିକ ଶତ୍ରୁତା କୁ ନେଇ ବୋମା ମାଡ଼ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି I ସୁଚନା ଥାଉକି ବୋମା ମାଡ଼ ହୋଇଥିବା ମାର୍ବଲ ଦୋକାନଟି ଗତ ସାଧାରଣ ନିର୍ବାଚନ ପୁର୍ବରୁ ରାଜନୈତିକ ହିଂସା କାରଣରୁ ମୃତ ହୋଇଥିବା ଦିଲୀପ ପାହାନଙ୍କ ଦୋକାନ I ଏହି ଦୋକାନକୁ ଦିଲ୍ଲୀପଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଚଳାଇ ଆସୁଛନ୍ତି I ତେବେ ଆଜି  ରାତି ୮:୩୦ ସମୟରେ ଦୋକାନ ବନ୍ଦ କରି ମୃତ ଦିଲ୍ଲୀପ ଙ୍କ ସ୍ତ୍ରୀ ଗଲା ପରେ  ତାଙ୍କର ସେଇ କେଶପୁର ଛକରେ ଥିବା ଶ୍ରୀରାମ ଟାଇଲସ ଓ ମାର୍ବଲ  ଦୋକାନ ଉପରେ କିଛି ଦୁବୃର୍ତ୍ତ ୩ଟି ବୋମା ମାଡ଼ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ସହ ମୃତ ଦିଲ୍ଲୀପଙ୍କ ମକଦ୍ଦମାରେ ସମ୍ପୃକ୍ତ ଥିବା  ସାକ୍ଷୀ ମାନଙ୍କୁ ଡରାଇବା ପାଇଁ ଏହି ବୋମା ମାଡ଼ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ସମେତ ଛତ୍ରପୁର ଏଡିପିଓ ଗୌରହରି ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I

(ଗଞ୍ଜାମ ଜିଲ୍ଲାରୁ ଅଜିତ କୁମାର ପଟନାୟକଙ୍କ ରିପୋର୍ଟ)


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *