
ଭଦ୍ରକ ଚରମ୍ପା ବିଷାଣୀଖରିଦା ଅଞ୍ଚଳରେ ସିରିଜ ବମିଙ୍ଗ, ଲୋକେ ଭୟବିତ | ତେବେ ଗତକାଲି ରାତି ପ୍ରାୟ 8 ଘଟିକା ସମୟରେ ଦୁଇ ଜଣ ଯୁବକ ହଠାତ ରାସ୍ତାରେ 3 ଓ 4 ଟି ବୋମା ପକାଇ ଲୋକଙ୍କୁ ଭୟବିତ କରିବା ପରେ ସେହି ଗ୍ରାମର ଜଣେ ମହିଳାଙ୍କ ଘରର ଝରକା ଉପରକୁ 2 ଓ 3 ଟି ବୋମା ଏକା ସାଙ୍ଗରେ ପକାଇଥିଲେ | ଫଳରେ ମହିଳା ଓ ତାଙ୍କ ବୋହୁ ଭୟବିତ ହୋଇ କବାଟ ଓ ଝରକା ବନ୍ଦ କରି ଦେଇଥିଲେ | ଏପରିକି ବୋମା ଫୁଟିବା ପ୍ରଭାବରେ ସେଠାରେ ଧୂଆଁ ମୟ ପରିବେଶ ସୃଷ୍ଟି ହୋଉଥିଲା, ଏତିକି ବେଳେ ସେମାନେ ବୃଦ୍ଧା ଜଣକୁ ଧମକ ଦେଇ ତାଙ୍କ ପୁଅକୁ ଦେଖି ନେବେ ବୋଲି କହି ମଟର ସାଇକେଲରେ ପଳାଇଥିଲେ | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଭଦ୍ରକ ଟାଉନ ପୋଲିସର ଏକ ଟିମ ସେଠାରେ ପହଞ୍ଚି ଛାନଭିନ୍ନ କରିବା ସହିତ ଜଣେ ଯୁବକକୁ ତାଙ୍କ ଘର ଭିତରୁ ଉଠାଇ ଆଣିଥିଲେ, ତେବେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ନ କରୁଛି, ଏବଂ ସମ୍ପୃକ୍ତ ଯୁବକ ଜଣକ ଆଜି ସକାଳ ଠାରୁ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ବୋମା ପକାଇ ଲୋକ ମାନଙ୍କୁ ଭୟବିତ କରୁଥିବା ଗ୍ରାମବାସୀ କହିଛନ୍ତି ||

