ବିହାରର ଜିଉଁତିଆ ବ୍ରତ ସମୟରେ ବୁଡ଼ ପକାଇବାକୁ ଯାଇଥିବା 46 ଜଣଙ୍କର ମୃତ୍ୟୁ ଘଟିଛି, ମୃତକଙ୍କ ମଧ୍ୟରେ 37 ପିଲା ମଧ୍ୟ ଅଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ବିହାରରେ ଦେଖିବାକୁ ମିଳିଛି ମୃତ୍ୟୁର ତାଣ୍ଡବ .

ବିହାରରେ ଘଟିଛି ବଡ଼ ଅଘଟଣ ଯାହାକି 24 ଘଣ୍ଟା ମଧ୍ୟରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି, ଏଥିରେ ଅନେକ ପିଲାଙ୍କ ଜୀବନ ଯାଇଥିବା ସୂଚନା ମିଳିଛି, ତେବେ ବିହାରରେ ଜିଉଁତିଆ ବ୍ରତ ପାଳନ ବେଳେ 15ଟି ଜିଲ୍ଲାର ବିଭିନ୍ନ ନଦୀରେ ବୁଡ଼ ପକାଇବାକୁ ଯାଇ 46ଜଣଙ୍କ ଜୀବନ ଯାଇଛି, ସେଥି ମଧ୍ୟରୁ 37 ପିଲା ଅଛନ୍ତି, ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। | ସରକାରୀ ବିବୃତ୍ତିରେ କୁହାଯାଇଛି ଯେ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ମୃତ ଆଠ ଜଣଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି।
ତେବେ ତିନିଦିନିଆ ଜିଉଁତିଆ ବ୍ରତ ପର୍ବରେ ମହିଳାମାନେ ଉପବାସ କରନ୍ତି ଏବଂ ନିଜ ପିଲାମାନଙ୍କର କଲ୍ୟାଣ ପାଇଁ ପାଣିରେ ବୁଡ଼ ପକାନ୍ତି |
ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍, ଔରଙ୍ଗାବାଦ, କୈମୁର, ବକ୍ସର, ସିୱାନ, ରୋହତାସ, ସାରଣ, ପାଟନା, ବୈଶାଳୀ, ମୁଜାଫରନଗର, ସମସ୍ତିପୁର, ଗୋପାଳଗଞ୍ଜ ଏବଂ ଅରୱାଲ ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି, ଏବେବି କିଛି ଜଣ ନିଖୋଜ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର
ସମ୍ଭାବନା ରହିଛି ||

ଜିଉଁତିଆ ପର୍ବ କଣ ?
ଜିଉଁତିଆ ପର୍ବକୁ ଜୀବିତ ପୁତ୍ରିକା ମଧ୍ୟ କୁହାଯାଏ। ପୁଅଙ୍କ ଶୁଭ ମନାସୀ ମାଆମାନେ ଏହି କଠୋର ନିର୍ଜଳା ବ୍ରତ ପାଳନ କରନ୍ତି। ଏହି ବ୍ରତରେ ବ୍ରତଧାରୀମାନେ ପୋଖରୀ କିମ୍ବା ନଦୀରେ ସ୍ନାନ କରିବା ପରେ ସେହି ସ୍ଥାନରେ ପୂଜାର୍ଚ୍ଚନା କରନ୍ତି ।

