ଦିଘ ୧୨ ବର୍ଷ ତଳେ ଭୂଷଣକୁ ଆବଣ୍ଟିତ ଜାମକାନି କୋଇଲା ଖଣି ପାଇଁ ଜାମକାନି ଗାଁର ୧୮ ପରିବାର ହୋଇଥିଲେ ବିସ୍ଥାପିତ
ବିସ୍ଥାପିତ ଲୋକଙ୍କ ଦୁଃଖ ଦୂର ହେବ କେବେ ?
ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ସ୍ଥିତ ଗଜନଯୋର ଠାରେ ଭୂଷଣ କମ୍ପାନୀ ଦ୍ଵାରା ନିମିତ୍ତ ଘରଗୁଡ଼ିକ ଏବେ ଭାଙ୍ଗି ରାଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯାହାକୁ ନେଇ ହେମଗିର ବ୍ଲକ ବିସ୍ଥାପିତ ପୁନର୍ବାସ ଓ ଥଇଥାନ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ଯାଇଛନ୍ତି । ଦିଘ ୧୨ ବର୍ଷ ତଳେ ଭୂଷଣକୁ ଆବଣ୍ଟିତ ଜାମକାନି କୋଇଲା ଖଣି ପାଇଁ ଜାମକାନି ଗାଁର ୧୮ ପରିବାର ହୋଇଥିଲେ ବିସ୍ଥାପିତ । ନିଜର ଭିଟାମାଟିକୁ ଛାଡି ଗଜନଯୋର ଠାରେ ଭୂଷଣ କମ୍ପାନୀ ଦ୍ଵାରା ନିମିତ୍ତ ଘରରେ ହୋଇଥିଲେ ଥଇଥାନ ।
୧୨ ବର୍ଷ ପୂର୍ବେ ଅମରନାଥ କଲିଆରି ପତ୍ନୀ ସୁଭଦ୍ରା ଓ ୨ ପୁଅ ସହ ସ୍ଥାନାନ୍ତର ହୋଇଥିଲେ ଥଇଥାନ କଲୋନିକୁ ବିସ୍ଥାପିତ କଲୋନିରେ ସଂସାର ବଢ଼ିଥିଲା | ତାଙ୍କ ମୃତ୍ୟୁ ପରେ ପତ୍ନୀ ସୁଭଦ୍ରା ଓ ପୁଅବୋହୂ, ନାତି ରହିଗଲେ | ଏବେ କଲୋନିର ଘରସବୁ ଦୁର୍ବଳସ୍ଥିତିକୁ ଚାଲି ଆସିଲାଣି। କୌଣସି ମୁହୂର୍ତ୍ତରେ ଭୁଶୁଡ଼ି ଯାଇପାରେ ହେଲେ ପିତୃଅଜିତ ଘରବାରି ତ ଆଉ ନାହିଁ, କୁଆଡ଼େ ଯିବେ ସେହି ଭଙ୍ଗାଘରେ ଜୀବନକୁ ବାଜି ଲଗାଇ ପଡ଼ି ରହିଛନ୍ତି ସୁଭଦ୍ରା ଓ ତାଙ୍କ ପୁଅବୋହୂ କେବଳ ଏକ ସୁଭଦ୍ରା ନୁହନ୍ତି, ତାଙ୍କ ଭଳି ତୁଳାରାମ ବଢ଼େଇ, ହଂସମଣି ବଢେଇ, ଯଶୋବନ୍ତୀ ବଢ଼େଇ, ସଂଶେଷ କୱାର, ହରିପ୍ରିୟା କଲିଆରି, ସୁଶୀଳା କେଉଟ, ରଜନୀକାନ୍ତ ସା, ସୀତା ବାରିକ, ଦେମୋତୀ ସିଦାର, ଇନ୍ଦୁମତି ସିଦାର, ଧୋବେଇ ମାଝୀ, ସିଦ୍ଧେଶ୍ଵର ବାରିକ, ସଞ୍ଜୟ ବାରିକ, ରାଧେଶ୍ୟାମ ଗଡିଆ, ଫୁଲମତି ଚୌହାନ, ବିଜୟ ବଢ଼େଇ, କିଶୋର ପଧାନଙ୍କ ପରିବାର ଏବେ ଦୁର୍ଦ୍ଦଶାରେ |

ମେଣ୍ଡ୍ରା ସହ ଜାମକାନି ଗାଁର ଏହି ୧୮ ପରିବାରକୁ ଗର୍ଜନଯୋର ଥଇଥାନ ଓ ପୁନର୍ବାସ କଲୋନିରେ ଘର ଦିଆଯାଇଥିଲା | କିନ୍ତୁ ବିନା କଲମରେ ତିଆରି ଘର ୧୨ ବର୍ଷ ପରେ ଅତି ଦୁର୍ବଳ ହୋଇଗଲାଣି। କାନ୍ଥ ଗୁଡିକ ଫାଟି ଯାଇଥିବା ସହ ଛାତରେ ଫାଟ ହୃଷ୍ଟି ହେବାସହ ଛାତରୁ ତରୁ ପାଣି ଗଳୁଥିବାର ଅଭିଯୋଗ କରିଛନ୍ତି ।
ଭୂଷଣ କମ୍ପାନୀ ଯିବା ପରେ ବେଦାନ୍ତ ଆସିଲା।ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରିଥିଲେ ବିସ୍ଥାପିତା ହେଲେ ଦୁର୍ଦ୍ଦଶା ସରୁନାହିଁ| କଲୋନିକୁ ଭଲ ରାସ୍ତାଟେ ନାହିଁ, ପାଣି, ବିଦ୍ୟୁତ୍ ସମସ୍ୟା ସବୁବେଳେ । କାମକାନି ଖଣି ବେଦାନ୍ତ ନେବା ପରେ ଗର୍ଜନଯୋର କଲୋନିରେ ରହୁଥିବା ମେଣ୍ଡା ଗାଁ ବିସ୍ଥାପିତଙ୍କୁ ସ୍ବତନ୍ତ୍ର ଅନୁକମ୍ପାମୂଳକ ସହାୟତା ରାଶି ୩ ଲକ୍ଷ ଦିଆଗଲା । କିନ୍ତୁ ଜାମକାନିର ଏହି ୧୮ ପରିବାରକୁ ବିସ୍ଥାପିତ ପ୍ରମାଣପତ୍ର ମାଗି ଏଥିରୁ ବଞ୍ଚିତ ରଖାଯାଇଛି।

ଏସ୍ଥିତିରେ ଗର୍ଜନଯୋର ପୁନର୍ବାସ କଲୋନିର ଦୁର୍ବଳ ବାସଗୃହ ଗୁଡ଼ିକୁ ଭାଙ୍ଗି ନୂଆ ବସବାସଯୋଗ୍ୟ ଗୃହ ପ୍ରଦାନ, ଜାମକାନି ବିସ୍ଥାପିତ ପରିବାରର ୧୮ ବର୍ଷରୁ ଅଧିକ ଯୁବକଯୁବତୀଙ୍କୁସ୍ଥାୟୀ ନିଯୁକ୍ତି ଓ ଅଲଗା ପରିବାର ଭାବେ ଗଣନା କରି ପୁନର୍ବାସ ଓ ଥଇଥାନ ସୁବିଧା, ଅନୁକମ୍ପାମୂଳକ ରାଶି ୩ ଲକ୍ଷ ପ୍ରଦାନ, ଗର୍ଜନଯୋରରେ ବେଦାନ୍ତ କାମକାନି କୋଇଲା ଖଣି ବିସ୍ଥାପିତ ପରିବାରର ଥଇଥାନ ପାଇଁ ନିର୍ମାଣ କରୁଥିବା କଲୋନି ବାସଗୃହ ନିମ୍ନମାନର ହେଉଥିବାରୁ ତା’ର ଉପଯୁକ୍ତ ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମଙ୍ଗଳବାର ହେମିଗର ବ୍ଲକ୍ ବିସ୍ଥାପିତ ପୁନର୍ବାସ ଓ ଥଇଥାନ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ଜଣାଇଛି| ସଂଘ ସଭାପତି ରାଧେଶ୍ୟାମ ଗଡ଼ିଆ, ସମ୍ପାଦକ ରଜନୀକାନ୍ତ ସା, ଉପସଭାପତି ବିଜୟ ବଢ଼େଇ, ବିଶକ କରାଲି, ଅନୀତା ପଧାନ, ପ୍ରଦୀପ ମହାନନ୍ଦ, କିଶୋର ପ୍ରଧାନ, ରାଜେଶ୍ଵରୀ ଗଡ଼ିଆ, ସନ୍ତୋଷିନୀ ପ୍ରଧାନ, ସଂଜୟ ବାରିକ, ଫୁଲମତୀ ପ୍ରମୁଖ ଉପସ୍ଥିତ ଥିଲେ ।
