ବିଶ୍ୱକର୍ମା ପୂଜା ରାତିରେ ଗହଣା ଦୋକାନରୁ ଲୁଟ

ବିଶ୍ୱକର୍ମା ପୂଜା ରାତିରେ ଗହଣା ଦୋକାନରୁ ଲୁଟ

Share with people

ବାଲେଶ୍ୱର: ବିଶ୍ଵକର୍ମା ପୂଜାରେ ଗହଣା ଦୋକାନର ସଟର ତାଡ଼ି ଲୁଟ,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ରୋଡ଼ ସ୍ଥିତ ମହାଲକ୍ଷ୍ମୀ ଅଳଙ୍କାର ଦୋକାନରେ ଘଟିଛି ଏପରି ଲୁଟ ଘଟଣା | ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ | ତେବେ ସେହି ଦୋକାନ ଅମର୍ଦ୍ଦା ରୋଡ଼ ଫାଣ୍ଡି ଠାରୁ ମାତ୍ର ୧୦୦ ମିଟର ଦୁରରେ ଥିଲା ,ତଥାପି ଲୁଟେରା ମାନେ ନିର୍ଭୟରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ କରିଛନ୍ତି |

ସୁଚନା ଅନୁଯାୟୀ ବସ୍ତା ଥାନା ଚାଷୀପଡା ଗ୍ରାମର ବିଷ୍ଣୁପଦ ରଣା ଅମର୍ଦ୍ଦା ରୋଡ଼ ବଜାର ରେ ମହାଲକ୍ଷ୍ମୀ ଅଳଙ୍କାର ନାମରେ ଏକ ଗହଣ ଦୋକାନ କରିଥିଲେ | ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ ତାଙ୍କ ଦୋକାନର ସଟର ତାଡ଼ି ୩୫ ଗ୍ରାମର ସୁନା ଅଳଙ୍କାର ସମେତ ୫ ରୁ ୬ କେଜି ରୁପା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି | ଗତକାଲି ବିଶ୍ଵକର୍ମା ପୂଜା ପାଇଁ ଦୋକାନରେ କିଛି ଅଫର ରହିଥିଲା, ତେଣୁ ରାତି ୧୧ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ମାଲିକ ପରେ ରାତି ପ୍ରାୟ ୨ ଟା ସମୟରେ ପାଖ ଦୋକାନୀଙ୍କ ଠାରୁ ଖବର ପାଇ ଦୋକାନରେ ପହଞ୍ଚି ଦୋକାନ ସଟର କାଟି ଲୁଟ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

[ ରିପୋର୍ଟ- ସୁବାସ ଦାସ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *