ବିଳମ୍ବରେ ରାଜ୍ୟରୁ ବିଦାୟ ନେବ ମୌସୁମୀ

ବିଳମ୍ବରେ ରାଜ୍ୟରୁ ବିଦାୟ ନେବ ମୌସୁମୀ

Share with people

ରବିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଛି। ଗଞ୍ଜାମର ଆସ୍କାଠାରୁ କଟକ ଯାଏ ଘଡ଼ଘଡ଼ି ବର୍ଷା ହୋଇଛି । ସୋମବାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ।

୧୭ ଯାଏଁ ରାଜ୍ୟରେ ବର୍ଷା ନାହିଁ :

ରାଜ୍ୟରୁ ମୌସୁମୀ ଫେରିବା ବିଳମ୍ବିତ ହୋଇପାରେ। ଉତ୍ତର ବଙ୍ଗୋପସାଗରରେ ମୌସୁମୀ ନିଷ୍କ୍ରିୟ ଅଛି । ୯ ତାରିଖ ବେଳକୁ ତାମିଲନାଡୁ ପାଖ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ କେରଳ ପାଖ ଦକ୍ଷିଣ ପୂର୍ବ ଆରବସାଗର ଯାଏ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ ଓ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୧୬ ଓ ୧୭ ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଡ. ପଶୁପାଳକଙ୍କ ଆକଳନ ଅନୁସାରେ, ଅକ୍ଟୋବର ୧୫ ତାରିଖ ଯାଏ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ ରହିବ। କୌଣସି ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ନାହିଁ । କିନ୍ତୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବଳ ଗୋଟାଇ ପରବର୍ତ୍ତୀ ଦୁଇଦିନରେ ଦକ୍ଷିଣ ଆରବ ସାଗର ଉପରେ ଲଘୁଚାପରେ ପରିଣତ ହେବ। ପରେ ଏହା ଉତ୍ତର ଆଡ଼କୁ ମୁହାଁଇବ। ୧୪ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ଓ ବର୍ଷା ହୋଇପାରେ।

ରବିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଛି। ଗଞ୍ଜାମର ଆସ୍କାଠାରୁ କଟକ ଯାଏ ଘଡ଼ଘଡ଼ି ବର୍ଷା ହୋଇଛି । ସୋମବାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ବଙ୍ଗୋପସାଗରୀୟ ପବନ ସହିତ ଉତ୍ତର ଭାରତରୁ ଆସୁଥିବା ଶୁଷ୍କ ପବନ ମିଶିଯିବ। ଏଥିପାଇଁ ବାୟୁମଣ୍ଡଳ ଅସ୍ଥିର ହେବା ସହ ପରିଚଳନ ବର୍ଷା ହେବ। ମଙ୍ଗଳବାରଠାରୁ ଏହି ପରିଚଳନ ବର୍ଷା ଛତିଶଗଡ଼କୁ ମୁହାଁଇବ। ୧୨ ତାରିଖରେ ପବନର ଦିଗ ବଦଳିବ। ଉତ୍ତର ପଶ୍ଚିମ ଭାରତରୁ ପବନ ବହିବ। ଉପକୂଳ ସହିତ ଉତ୍ତର ଓଡ଼ିଶାରେ ରାତିବେଳାର ତାପମାତ୍ରା ଧୀରେ ଧୀରେ କମିବ। କିନ୍ତୁ ଦିନବେଳାର ତାପମାତ୍ରା କମିବନି। ତେବେ ଗୁଳୁଗୁଳି କମିଯିବ ବୋଲି ସେ ଆକଳନ କରିଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *